STORYMIRROR

Chandan Sahu

Action Classics Inspirational

3  

Chandan Sahu

Action Classics Inspirational

ସହିଦ୍ ତୁମକୁ ସଲାମ୍

ସହିଦ୍ ତୁମକୁ ସଲାମ୍

1 min
188

ଭାରତ ମାଆର ହେ ବୀର ସନ୍ତାନ ଯବାନ 

ତୁମପରି ପୁତ୍ର ପାଇ ଏ ଭାରତ

ହୋଇଅଛି ଆଜି ଧନ୍ୟ ।


କର୍ତ୍ତବ୍ୟର ପଥେ ଜାଗି ଅଛ ସଦା

ଦେଇ ନାହଁ ପଛ ଘୁଞ୍ଚା

ବାହୁବଳେ ତୁମ ଶତ୍ରୁକୁ ଜିଣିଛ

ମନେ ତୁମ୍ଭ ନାହିଁ ଇର୍ଷା ।


ତୁମପାଇଁ ସିନା ଏ ଭାରତ ଭୂଇଁ

ଟେକିଛି ସର୍ବଦା ମଥା

ବିଜୟର ପଥେ ଉଡ଼ାଇଛ ତୁମେ

ପୂତ ତ୍ରିରଙ୍ଗା ପତାକା ।


ମନରେ ଧରିଛ ଦେଶ ପ୍ରେମ ଭାବ

ହାତରେ ଗୁଳି ବନ୍ଧୁକ

ମାଟି ମାଆ ପାଇଁ ଆତ୍ମବଳି ଦେଇ

ରଖିଛ ମାଟିର ଟେକ ।


ତୁମରି ବିଛେଦେ ଦେଶବାସୀ ଆଜି

କରୁଛନ୍ତି ଅଶ୍ରୁପାତ

ତୁମ ପାଦତଳେ ଭକ୍ତି ପୁଷ୍ପ ଦେଇ

ସଲାମ୍ କରେ ଏ ଭାରତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action