Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Leena Pani

Fantasy

4.5  

Leena Pani

Fantasy

ତାଜମହଲ

ତାଜମହଲ

1 min
375


ତାଜମହଲ ନଥିଲା

ଥିଲା ଏକ ଲୁହର ପ୍ରତୀକ

ପ୍ରତେକ କୋଣରୁ ଶବ୍ଦ ଗୁଞ୍ଜୁ ଥିଲାକାହାର କ୍ରନ୍ଦନ ମନକୁ ଆନ୍ଦୋଳିତ କରୁଥିଲା

ଶ୍ୱାସ ରୁଦ୍ଧ ହୋଇଯାଉଥିଲା ।

ତାଜମହଲ ନଥିଲା

ଏକ ମିଥ୍ୟା ଥିଲା

ମମତାଜର ମନର ବେଦନାକୁ

ମପାଯାଇ ନଥିଲା

ତାର ଭଲପାଇବାର ନିଷ୍ଠାକୁ

ଅଣଦେଖା କରାଯାଇଥିଲା

ମମତାଜ ଚାଲିଯିବାପରେ

ଏକ ପ୍ରହସନ ହୋଇଥିଲା ।

ତାଜମହଲ ନଥିଲା

ଥିଲା ଏକ ଜ୍ୱଳନ୍ତ ଉଦାହରଣ

ବିଫଳ ପ୍ରେମର ଏକ ଗନ୍ତାଘର

ସେଥିରେ ମମତାଜର ପ୍ରତିବିମ୍ବ ନଥିଲା

ଥିଲାଖାଲି ଶିଳ୍ପୀ କାରର ହାହାକାର ।


Rate this content
Log in

Similar oriya poem from Fantasy