STORYMIRROR

Chittaranjan Nanda

Fantasy

4  

Chittaranjan Nanda

Fantasy

ଗଜାନନ ତୁମେ ଆସ

ଗଜାନନ ତୁମେ ଆସ

1 min
148


ବିନୟ ଭାବର ମୂର୍ତ୍ତି, ହେ ବିନାୟକ 

ଡାକନ୍ତି ଭକତେ ତୁମକୁ ସିଦ୍ଧି ବିନାୟକ।


ପିତୃ-ମାତୃଭକ୍ତ ଗଣଙ୍କର ତୁମେ ପରା ଈଶ 

ତୁମେ ଜ୍ଞାନ ଦେଲେ ଚାଲେ ଜାତି-ନନ୍ଦିଘୋଷ।


ସର୍ବଦା ତୁମେ ମୋର ସାହା ଓ ଭରସା

ଚାଲୁଛି ନିତି ଦେଖି ତୁମ ଦର୍ଶିତ ଦିଶା।


ଜ୍ଞାନର ପ୍ରତୀକ ତୁମେ ମୋ ହୃଦ ଚନ୍ଦନ

ବାଣ୍ଟୁ ଅଛ ସଦା ସବୁରି ପାଇଁ କଲ୍ୟାଣ ।


ମନେ ନରଖ ରାଗ ନକର ମାନ ଅଭିମାନ

ହେ ଲମ୍ବୋଦର ଜ୍ଞାନଦାତା କର ଆଗମନ।


ଭାଦ୍ରଵ ମାସ ଏହା ଅଟେ ଚତୁର୍ଥୀ ଦିବସ

ଶୁଭ ଦିବସେ ହେ ଗଣପତି ତୁମେ ଆସ।


ଆଜି ଵହୁଛି କେତେ ମଧୁର ମଳୟ ପବନ

ମେଘ ମାଳା ହୋଇଛି ଭର୍ତ୍ତି ଦେଖହେ ଗଗନ ।


ହେ ଗଜାନନ ଦୁନିଆର ତୁମେ ଦୁଃଖ ହାରି

ଜ୍ଞାନର ପ୍ରଦୀପ ପାଇଁକି ଶରଣଗତ ତୁମ୍ଭରି ।


ଜ୍ଞାନ ବିନା ଧନ ମାନ ସକଳ ହୁଏ ତ ନିଷ୍ଫଳ

ସାଧନାରେ ସକଳ ସିଦ୍ଧି ହୁଏ, ତୁମେ ଥିଲେ ଅନୁକୂଳ ।


ହେ, ଅଗ୍ରପୂଜ୍ୟ ହେଉ ତୁମ ଶୁଭ ଆଗମନ

ସର୍ବେ ଆନନ୍ଦରେ ହୋଇଯିବେ ପରା ମଗନ।


ତୁମେ ସମସ୍ତଂକ ଅନ୍ଧାର ଦୂରେଇ ଦିଅ ଜ୍ଞାନ ଭରି

ଯେତେ ସବୁ ଅମଙ୍ଗଳ ଏ ଧରାରୁ ଦିଅ ନାଶ କରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy