ସ୍ମୃତି ଗୋ ତୁମେ ଆସ
ସ୍ମୃତି ଗୋ ତୁମେ ଆସ
ସ୍ମୃତି ଗୋ ତୁମେ ଆସ
ନିରୋଳା ପ୍ରାଣକୁ ଆନ୍ଦୋଳିତ କରି
ଅତୀତ ର ଅପାସୋରା
ପସରା ଖୋଲି ବସ l
ସ୍ମୃତି ଗୋ ତୁମେ ଆସ
ନୃତ୍ୟ ରତା ମୟୂରେ ଟେ ସାଜି
ଉତଫୁଲିତ କରି ମନ
ହୃଦୟ କନ୍ଦରେ ବସ l
ସ୍ମୃତି ଗୋ ତୁମେ ଆସ
ଏକାନ୍ତ ରେ ବସି ଗୁଣୁଗୁଣୁ ଭାଷି
ମନକୁ ମୋହର ତୋଷ
ଚହଟାଇ ତୁମ ବାସ l
ସ୍ମୃତି ଗୋ ତୁମେ ଆସ
କେବେ ତୀକ୍ଷ୍ଣ ପ୍ରହାରେ କ୍ଷତାକ୍ତ କରି
ତାଚ୍ଛଲ୍ୟ ଭରେ ହସ
ବିଷର୍ଣ୍ଣ ବଦନେ ଭାଷ l
ସ୍ମୃତି ଗୋ ତୁମେ ଆସ
ପୁଣି ଜହ୍ନ ର ରୂପେଲି ଜୋତ୍ସନା ଢାଳି
ଶୀତଳତା ଦେହେ ଭରି
ହରି ତାପିତ ର କ୍ଳେଶ l
ସ୍ମୃତି ଗୋ ତୁମେ ଆସ
ଜୀବନ୍ତ ଜୀବନ ର ପରକାଳ ଲିପି
ହାତ ପାହାନ୍ତା ମୁହୂର୍ତ୍ତ
ପଲକ ଝପଟେ ବିଚ୍ଛେଦ ଆଭାସ l
ସ୍ମୃତି ଗୋ ତୁମେ ଆସ
ଭାବ ର ଭାବନାରେ ଯାଅ ସଞ୍ଚରି
କାହାଣୀ କବିତା ର ତ୍ରିବେଣୀ
ଯେପରି କାଦମ୍ବିନୀ ରସ l
