STORYMIRROR

Chittaranjan Nanda

Fantasy

4  

Chittaranjan Nanda

Fantasy

ଜୀବନର ଗତି ନଯାଉ ଅନ୍ୟାୟର ପଥେ

ଜୀବନର ଗତି ନଯାଉ ଅନ୍ୟାୟର ପଥେ

1 min
270


ହେଲାଣି ଚଉଷଠି ବରଷ,

ଜୀବନର ପଥ ଅଙ୍କା ବଙ୍କା,

ଉତ୍ଥାନ ପତନ, 

ସୁଖ ଦୁଃଖ, 

ଆନନ୍ଦ, ବେଦନା,

ନୁହେଁ ମାନସାଙ୍କ,

ସେହି ଜଟିଳ ଅଙ୍କକୁ,

କଷି କଷି ଜାଣି ପାରିଲିନି,

ଜାଣେନା ମୁହିଁ ଅନ୍ୟ କେହି,

ପାରିଛି କି ନା ନାହିଁ ।


କେହି ଭାଗ୍ୟକୁ ନିନ୍ଦଇ,

କେହି ଭାବେ ଅଭିନୟ ବୋଲି,

ଭରସା ତ ନାହିିଁ ଭାଗଫଳ କଅଣ ହେବ,

ଅନ୍ଧାର ଭିତରେ ରହୁଛି ମୁହିଁ,

ପ୍ରଶ୍ନ ପରେ ପ୍ରଶ୍ନ ପଚାରେ ନିଜକୁ,

କଅଣ ସିଧା ରାସ୍ତା ଅଛି ଶାନ୍ତି ପାଇବାକୁ,

ଆଣିଦେବ ଆତ୍ମତୃପ୍ତି ।


ସମୟର କୃରତାରେ ଚାଲିଯିବା ଦିନେ,

କାହିଁକି ଧନ ଗର୍ବ ଅବା ନିଜ ବଡ଼ପଣ,

କରିବାକୁ ମନ ହୁଏ ଅସମ୍ଭବକୁ ସମ୍ଭବ,

ମଣିଷ ସ୍ବର୍ଗକୁ ନିଶୁଣି ବାନ୍ଧେ,

ମଣିଷ ମଣିଷକୁ,

ଧର୍ମ ଓ ଜାତି ରଜ୍ଜୁରେ ବାନ୍ଧେ,

ଧର୍ମ ଓ ଜାତି ନାମରେ ଭେଦଭାବ ବାଣ୍ଟେ ।


କାହିଁକି ମଣିଷ ହୁଏ ଧନ ପାଇଁ ଉତ୍ତାଳ,

ଆଜି ଯେ ଅମୀର,

କାଲି ସେ ଫକୀର,

ଖେଳ ସମୟର,

ସଭିଏଁ ସମୟର ଛକି ଶୁନ ଖେଳର ଦାସ,

ସମାଜେ ଦରକାର ଟେକି ରଖିବାକୁ ମଥା,

ନବୁଣି ମିଛ ଅବା ଅଳୀକ ଗୌରବର ଗାଥା,

ତେଣୁ ଭାବେ ମନେ ମନେ,

ଏହି ମୋର ଶେଷ କଥା,

ଯଦି କେହି ଅଛନ୍ତି ସୃଷ୍ଟିକର୍ତ୍ତା,

ପାଳନକର୍ତ୍ତା ଅବା ଧ୍ୟଂସକର୍ତ୍ତା,

ଟାଣ ନାହିଁଁ ମୋ ଜୀବନର ଗତିକୁ,

କେବେ ଅନ୍ୟାୟର ପଥେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy