STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ମଉଷୁମୀ ଆସ ମେଘ ସବାରୀରେ

ମଉଷୁମୀ ଆସ ମେଘ ସବାରୀରେ

1 min
181


ଭାଦ୍ରବ ମାସର ଭୋଦେଇ ଖରାରେ ସିଝି

ଲୁହ ଆସେ ଦେଖି ଆକାଶେ ମେଘର ଛବି

ଉଜୁଡା କ୍ଷେତର ଦେଖି ଫଟା ମାଟି ରୂପ

କୃଷକ ହୃଦୟ ତଳ କରୁଣ ବିଳାପ ।।

          (୨)

ଆଷାଢେ ଛୁଇଁଲା ମଉଷୁମୀ ଆସି ଧରା

ଧାରା-ଶ୍ରାବଣରେ ଧରିତ୍ରୀ ଆକାଶେ ଖରା

ଭୋଦୁଅରେ ଆସି ମେଘ ଉହାଡରେ ପୁଣି

ଭଙ୍ଗା ହୃଦୟ ରେ ରଚେ ଆଶା ବୈତରଣୀ  ।।

          (୩))

ସେପାଇଁ ଆଶାର ସ୍ଵପ୍ନ ଦେଖଇ କୃଷକ

ଚାପିଦେଇ କୋହ ଯେତେ ବୁକୁ ଭରା ଦୁଃଖ

ନିର୍ମମ ଖରାରେ ଆକାଶେ ନିରେଖି ଦେଖେ 

ଭୋଦୁଅ ବେଳାର ଭାସମାନ ବଳାହକେ ।।

           (୪)

ବିଶ୍ଵାସ ରଖି ଗୋ ମଉଷୁମୀ ମେଘ ଛୁଇଁ

ରସ ସିକ୍ତ କର ଆସି ତା ଉଜୁଡା ଭୂଇଁ

ତୁମ ଭରଷାରେ ଚାତକ ସମାନ ଚାହିଁ

ବସିଛି କୃଷକ ଦୁଃଖେ ମୁଣ୍ଡେ ହାତ ଦେଇ ।।

         (୫)

ଆସ ମଉଷୁମୀ ମେଘ ସବାରୀରେ କ୍ଳେଶ

ଦୂରେଇ କୃଷକ ମୁହେଁ ଭରିଦେଇ ହସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy