STORYMIRROR

Chittaranjan Nanda

Fantasy

4  

Chittaranjan Nanda

Fantasy

କର୍ମ ଉପରେ ସର୍ବଦା କରିବା ବିଶ୍ବାସ

କର୍ମ ଉପରେ ସର୍ବଦା କରିବା ବିଶ୍ବାସ

1 min
127


ମାନଵ ଜୀବନ କିଛି ଦିନର, 

ସେ ତ କର୍ମର ଅଧୀନ

ଉତ୍ତମ କାର୍ଯ୍ୟକର୍ମ କରିବ ଜଣେ

କଲେ ଜ୍ଞାନ ଆହରଣ ।


ଆଜିର ଶୁଦ୍ଧ ଭାବନା ହୁଏ କାଲିର 

ନିର୍ଦ୍ଦିଷ୍ଟ କାର୍ଯ୍ୟଧାରା

ଚିନ୍ତାରେ ଶୁଦ୍ଧତା ବଢିଲେ, ଆସଇ

ପରିବର୍ତ୍ତନର ଧାରା ।


ଋଷି, ଦାର୍ଶନିକ ଓ ମହାପୁରୁଷଙ୍କ

ଜୀବନ ଶୁଦ୍ଧତାର 

ବିଶୁଦ୍ଧ ବୁଦ୍ଧିର କର୍ମଫଳେ ମୁକ୍ତିର

ପଥ ହରଷର ।


ପିମ୍ପୁଡିକୁ ଦେଖ, ଚାଲେ କେମିତି ସେ

ଆହାର ସଂଗ୍ରହ ପାଇଁ

ପରିଶ୍ରମ କରି ସଞ୍ଚୟ କରି ରଖେ ତ

ଭବିଷ୍ୟତ ଖାଦ୍ୟ ପାଇଁ ।


ପିମ୍ପୁଡିଟି ନିଜ ପେଟ ଲାଗି ହାତ 

କେବେ ପତାଏନି 

କର୍ମବୀର ହୋଇ ବଞ୍ଚେ ସେ କେବେ 

ମାଗିଖିଆ ହୁଏନି ।


ଆଗେ ଆଗେ ଚାଲେ କର୍ମର ଵୀର 

ପଛକୁ ଫେରେ ନାହିଁ

ଜୀବନର ମୂଲ୍ୟବୋଧ ବିଜ୍ଞ ଜାଣେ 

ପଥକୁ ସଜାଡି ପାରଇ ।


ଦେଶପ୍ରେମୀ ଯେତେ ପରିବର୍ତ୍ତନର 

ସ୍ଵରକୁ ଉଠାଇଲେ 

ରାଗ, ଅଭିମାନ, ପଛକୁ ଫେରିଲେକି

ଯେବେ ଦୁଃଖ ଭୋଗିଲେ।


ନେତା ସିଏ, ଯିଏ ନିଜ ଦୁଃଖ ଜଞ୍ଜାଳକୁ 

ଛାଡି ଜନ ସେବାରେ ଲାଗନ୍ତି 

ଆଜିର ନେତା ଭାଷଣ ବାଜିରେ ଦେଶର

ପ୍ରେମୀ କହି ମନକୁ କିଣନ୍ତି ।


ଲୋକଙ୍କ ଅଜ୍ଞାନରୁ ଆଜି ଅର୍ଥ ବାହୁବଳ

ଯୋଗୁ ଚାଲେ ରାଜନୀତି 

ପଇସାର ଖେଳ, ବାପା ନେତା ପରେ ପୁଅ

ହୁଏ ନେତା ତାପରେ ହୁଏ ନାତି ।


ସେଇମାନେ କହନ୍ତି ପ୍ରାରବ୍ଧ ସଞ୍ଚିତ କମାଣ

କର୍ମ ତିନି ଭାଗରେ ବିଭକ୍ତ

ନର ଭାଗ୍ୟ ଫଳଟି କରାଏ ତାକୁ ସଫଳ 

ସୁଭାଗ୍ୟ ଯୋଗୁ ହୁଅନ୍ତି ପ୍ରାପ୍ତ ।


ମୋ ମତରେ ବ୍ୟକ୍ତି ହସ୍ତେ କର୍ମ ଭାଗ୍ୟ ସବୁ

ହୁଏ ତ ନିର୍ଦ୍ଧାରଣ

ଜନ୍ମ ମୃତ୍ୟୁ ସଂସାରରେ ସ୍ୱର୍ଗ ନର୍କ ଭୋଗ କରି

ଥାଏ କର୍ମ ସମାପନ ।


ବିଶ୍ବ ପିତା ଜଗତ କରତାର କୁଦୃଷ୍ଟି ନଥାଏ

କେବେ କାହାର ଉପର

କନ୍ଦାଇ ମାରିବା ନୁହେଁ ଲୀଳାମୟ ଖେଳା, 

ଏହାର ସୃଷ୍ଟି ତ ଆମର ।


ବଜ୍ର ଶପଥଟି ନେବା, ଧରମ ଓ ଜାତି ଭେଦ 

ଭାବ ସମାପ୍ତି ସକାଶେ  

ଉତ୍ତମ କର୍ମର ଉପରେ ସର୍ବଦା କରିବା ବିଶ୍ବାସ

ପରିବର୍ତ୍ତନର ନୂତନ କିରଣ ଆଶେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy