STORYMIRROR

Gitanjali Pujapanda

Romance Fantasy

4  

Gitanjali Pujapanda

Romance Fantasy

ମନ ଖୋଜେ

ମନ ଖୋଜେ

1 min
177

ମନ ଖୋଜେ ଶୀତଳ ସ୍ପର୍ଶର 

ମାଦକତା ତୁମ ଠାରୁ 

ତୁମେ ଦେଇ ପାରିବ କି?

କିଛି ଅଲୋଡ଼ା ଅକୁହା କଥା 

କହିବା କୁ ଓଠ ଥରି ଉଠେ !!

ତୁମେ ଶୁଣିବ କି?

ପୁଣି ଇଚ୍ଛା ହୁଏ ସେ ଜୀବନ ବଞ୍ଚିବାକୁ ଯେଉଁଠି

ଖାଲି ତୁମେ ଥିବ ଆଉ ତୁମ ଆଖିର 

ଉଷ୍ମତା ଆଉ ଥିବ କିଛି ଅସଜଡ଼ା ଭାବନାର ବନ୍ୟା!!

ମନ ହରଣୀପରି ତୁମ ଆଗ ପଛେ ଆଜି ବି 

ଘୁରି ବୁଲେ ଆଉ ତୁମେ ଧରା ନ ଦେଇ 

ଆଗକୁ ବଢିଯାଅ ମୋ ଜୀବନକୁ ନେଇ!!

ହଁ ମନ ତ ପ୍ରତି ଦିନ ତୁମ କୁ ଖୋଜେ !

ମାତ୍ର ସବୁ ଖୋଜିଲା ଜିନିଷ ଯେ ସହଜରେ 

ମିଳିଯିବ ତା ମାନେ କିଛି ବି ନାହିଁ !!

ତୁମେ ଆଉ ତୁମ ପ୍ରେମ ବି ସେମିତି 

ମୋ ପାଇଁ ଅସଜଡ଼ା ,ଅସହଜ ଆଉ 

ଅବ୍ୟକ୍ତି ତଥାପି ଏ ମନ ତୁମ କୁ ହିଁ

ଖୋଜେ ପ୍ରତିକ୍ଷଣି ପ୍ରତି ଟି ମୁହୂର୍ତ୍ତ!!

ଖାଲି ତୁମେ ତୁମେ କେବଳ ତୁମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance