ଅମୃତ ଧାରା
ଅମୃତ ଧାରା
ଜୀବନ ମରୁରେ ପ୍ରୀତି ଉଦ୍ୟାନ ସେ
ଶାନ୍ତିର ଅମୃତ ଧାରା
ସୁଖରେ ଦୁଃଖରେ ହାତ ଧରି ଚାଲେ
ହସିକି ଜୀବନ ସାରା ।
ବନ୍ଧୁ ସେତ ମୋର ଅତି ଆପଣାର
ହୃଦୟର ସାଥି ଟିଏ
ଯେତେ ରାଗିଲେବି ସବୁ ଭୁଲି ଯାଇ
ଫିକ କିନା ହସି ଦିଏ ।
ପାଖେ ପାଖେ ଥାଏ କେବେ ଉଡ଼ିଯାଏ
ହୁଏନି କଦାପି ଧରି
କେବେ ଫୁଣି ଆସି ପାଖେ ବସିଯାଏ
ହୋଇ ସେ ନିଜର ପରି ।
ସେ ମୋର କବିତା ମୋ ମନ ର କଥା
ଅନ୍ତରଙ୍ଗ ଅନୁଭବ
ତା ପରି ନିଜର ଅତି ଆପଣାର
ଆଉ କିଏ ମୋର ହେବ ।

