ତୁମ ଭାବନାର
ତୁମ ଭାବନାର
ତୁମ ଭାବନାର ବରଷା ଧାରା ରେ
ଭିଜିକି କବିତା ଲେଖେ
ତୁମରି ଓଠରୁ ମୋ କବିତା ଶୁଣି
ଆଜିବି ସପନ ଦେଖେ ।(୧)
ସେଇ ସପନ ରେ ତୁମେ ହସୁଥାଅ
ହସୁଥାଏ ମୋ କବିତା
ହସେ ନଈକୂଳ ହସେ ଜହ୍ନରାତି
ହସୁଥାଏ ଗଛ ଲତା ।(୨)
ମୋ କଲମ ସଦା ଖୋଜି ବୁଲୁ ଥାଏ
ତୁମ ପରି ସାଥିଟିଏ
କବିର ଦୁନିଆଁ ଖାଲି ସ୍ବପ୍ନ ଭରା
ପ୍ରୀତିର କବିତା ଟିଏ ।(୩)