ପାନ୍ଥଶାଳା
ପାନ୍ଥଶାଳା
ସେ ପାନ୍ଥଶାଳାର କାନ୍ଥରେ ଦିନେ
ଦେଖିଥିଲି ତୁମ ଛବି
ସେ ଦିନୁ ଖୋଜୁଛି ସତରେ ତୁମକୁ
ହୋଇଯାଇଛି ମୁଁ କବି ।
ଲେଖିଛି କବିତା ଦେଖିଛି ସପନ
ବୁଲିଛି ଝରଣା କୂଳେ
ଅମା ଅନ୍ଧାରରେ ଜହ୍ନ ଜୋଛନାରେ
ଖୋଜିଛି ସେ ନଈ କୂଳେ ।
କେବେ ତୁମେ ଲାଗ ମୋ ଅତି ନିଜର
କେବେ ଲାଗ ସାତ ପର
କେବେ ହସି ହସି ମତେ ଯାଅ ଛୁଇଁ
କେବେ ହୁଅ ମରୁ ଝର ।
ତୁମେ ମୋ ମନର କଳ୍ପନା ସମ୍ଭାର
ଛବି ମୋର ହୃଦୟର
ତୁମେ ମୋର ପ୍ରୀତି ତୁମେ ମୋର ସ୍ମୃତି
ଅନ୍ତରଙ୍ଗ ମୁହୂର୍ତ୍ତର ।