STORYMIRROR

kamal kumar dash

Romance Fantasy

4  

kamal kumar dash

Romance Fantasy

ସ୍ମୃତି

ସ୍ମୃତି

1 min
294

ସ୍ମୃତି କେବେ ସାଜେ  କଦମ୍ବର ଫୁଲ

    ଆଉ କେବେ ବାଲିଘର 

କେବେ ସ୍ମୃତି ଲାଗେ   ଭାରି ମିଠାମିଠl

    ଆଉ କେବେ ତ ଜହର (୧)

ନିମିଷେ ପ୍ରୀତିର   ପୁଲକରେ ଭରା 

   ଜୀବନ ସ୍ମୃତିର ନଈ

କିଛି ଅନୁଭୂତି      କିଛି ଗଲା ସ୍ମୃତି 

     ସବୁତ ତୁମରି ପାଇଁ (୨)

ସ୍ମୃତି କେବେ ସାଜେ   ପ୍ରୀତିର ଗଜଲ 

      କେବେ ବଇଁଶିର ସୁର ସ୍ୱର 

ଆଉ କେବେ ସାଜେ    ଅନ୍ଧାର ରାତିରେ 

      ଶିଶିର ଭିଜା କବର (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance