Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ତୁମେ ମୋ ଜୀବନ ନଈ

ତୁମେ ମୋ ଜୀବନ ନଈ

1 min
251



ଜୀବନ ଗୋଟିଏ ଅଙ୍କାବଙ୍କା ନଈ

କେତେବେଳେ କେମିତି ବହେ

କେତେବେଳେ ଦିଶେ ଶୁଷ୍କ ବାଲୁଚର

କେବେ ଜଳେ ଭରିଥାଏ I


କେଉଁଠାରେ ବହେ ସ୍ୱଚ୍ଛ ଜଳଧାର

ଚାହିଁଦେଲେ ଦିଶେ ମୁହଁ

କେଉଁଠି ଗୋଳିଆ ଦିଶେ ତାର ରୂପ

ଦେଖିଦେଲେ ଲାଗେ ଭୟ I


ଏପାରି ସେପାରି ହୋଇବା ପାଇଁକି

କେଉଁଠି ବୁଡେନା ପାଦ

କେଉଁଠି ଅକାତ କାତ ଜଳରାଶି

ଭାଙ୍ଗିଦିଏ ସବୁ ଦମ୍ଭ I


କେତେବେଳେ ବନ୍ୟା ଖାଏ ଦୁଇକୂଳ

ଭାଙ୍ଗିଦିଏ ଘର ଦ୍ୱାର

କେତେବେଳେ ତାର ଛଳ ଛଳ ରୂପ

ଲାଗେ ଭାରି ଆପଣାର I


ଏମିତି ଗୋଟିଏ ନଈ ପରା ତୁମେ

ଜୀବନ ବୋଲି ମୁଁ କୁହେ

କେବେ ତୁମପାଇଁ ମୁହେଁ ହସ ଭରେ

କେବେ ଆଖି ଭରେ ଲୁହେ I

         


Rate this content
Log in

Similar oriya poem from Fantasy