Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Classics Fantasy Inspirational

4  

Sadananda Sahoo

Classics Fantasy Inspirational

ଶୁଭ୍ରାଂଶୀ କାଶତଣ୍ଡି

ଶୁଭ୍ରାଂଶୀ କାଶତଣ୍ଡି

1 min
237



ରମ୍ୟ ଉପହାର ପ୍ରକୃତି ରାଣୀର

   ଶୁଭ୍ରବେଶା କାଶତଣ୍ଡି 

ଶାରଦେ ପୁଷ୍ପିତ ରୂପ ତା'ଶୋଭିତ

   ପାର୍ବଣେ ଆସିଛି ହସି ।


ରୂପସୀ ଧରିତ୍ରୀ କାଶତଣ୍ଡି ସାଥୀ

    ଶୁଭ୍ରରଙ୍ଗେ ଆମୋଦିତ 

ଧବଳରଙ୍ଗର ଚିକିମିକି ଶାଢ଼ୀ 

    ସଶରୀରେ ଅନାବୃତ ।


 ସତେକି ନାଇଚି ଶୁଭ୍ରରଙ୍ଗ ଶାଢ଼ୀ

    ତପସ୍ବିନୀ ସୀତା ସାଜି 

ପାର୍ବଣ ସମ୍ଭାର ଜନ କଲ୍ୟାଣର

      ବାରତା ଦଉଚି ଆଜି  ।


ଶାନ୍ତି ମୈତ୍ରୀ ପ୍ରେମ ଧରିତ୍ରୀ ସରାଗ

     ଧବଳ ରଙ୍ଗ ପ୍ରତୀକ

ସୂରୁଜ କିରଣେ କାଶତଣ୍ଡି ହସେ

     ମହକିତ ଏ'ସମ୍ପର୍କ   ।


ରୌପ୍ୟ ରୂପକାନ୍ତି ଶୁଭ୍ରାଂଶୀ ଶାରଦୀ

    ଶିଶିର ବିନ୍ଦୁରେ ହସେ  

ସୂରୁଜ କିରଣେ ଚିକିମିକ ଦିଶେ

    କବି ମନ ଖାଲି ତୋଷେ   ।


 ପାହାନ୍ତି କାକରେ ପ୍ରାତଃ ସ୍ନାନ ସାରେ

     ଧବଳମୁଖୀ କଲ୍ୟାଣୀ  

ସୂରୁଜ ଉଇଁଲେ ମନ ଖୋଲି ହସେ

     ଓଢ଼ଣୀକୁ ଦିଏଟାଣି   ।


 ପାଖୁଡାରୁ ଝରେ ମୁକ୍ତା ବିନ୍ଦୁ ସତେ

      ପ୍ରେମହୁଏ ଉଜ୍ଜୀବିତ

 କବି ଲେଖନୀରେ ପ୍ରୀତି ଛବି ଭାସେ

     ଶୁଭ୍ରାଂଶୀ ପ୍ରେମର ତତ୍ତ୍ଵ ।


ରମ୍ୟ ଚେତନାର. ଶ୍ଵେତାଙ୍ଗ ଶରୀର

      ଆବାହନି ପୁଷ୍ପହାର

ଜଗତ କଲ୍ଯାଣେ ଆସିଛି ସରାଗେ

     ସଙ୍କଟୁ କରିବ ଦୂର ।


Rate this content
Log in