STORYMIRROR

Sukadev Mahanta

Classics Others

4  

Sukadev Mahanta

Classics Others

ମନେପଡେ ମଧୁମିତା

ମନେପଡେ ମଧୁମିତା

1 min
399

ମନେପଡେ ମଧୁମିତା   ତୁମର ସେ କବିତା

   କେବେହେଲେ ମନରୁ ମୁଁ ଭୁଲିନି

ପ୍ରେମର ସହରରେ     ହୃଦୟ ବଗିଚାରେ

      ତୁମ ବିନା ମୋଟେ ଭଲ ଲାଗୁନି ।


ସକାଳ ସମୟରେ  କାକର ଭିଜା ବାଲିରେ

      ତୁମ ପାଦଚିହ୍ନ ଦୁଇ ଦେଖୁଛି

ତୁମ ପାଦ ପାଉଁଜି    ରୁଣପଝୁଣୁ ଶବଦ

    ପବନରେ ଯେହ୍ନେ ଭାସି ଆସୁଛି

ସେ ସକାଳର ସୁରୁଜ    ବୁଣି ଆଲୁଅ ମୁରୂଜ

      ଦେହେ ତୁମ ଇନ୍ଦ୍ରଧନୁ  ଆଙ୍କୁଛି 

ତୁମ ପଦ୍ମ ଗନ୍ଧରେ     ପ୍ରଲୁବ୍ଧ ସେ ଭଅଁର

     ପାଗଳ ପରାୟ ସେତ ନାଚୁଛି

ରାଜହଂସୀ ଚାଲିରେ   ନାଚେ ମନ ମୟୂରୀ

      ଅରୁଣିମା ରଚିଯାଏ ରୋଷଣୀ।


ସେଦିନର ସଞ୍ଜରେ    ସଞ୍ଜଦୀପ ଆଲୋକେ

    ତୁମ ମୁଖ ପଦ୍ମ ନେତ୍ରେ ଭାସୁଛି

ତାରା ଭରା ଆକାଶ    ଜହ୍ନର ଜୋଛନାରେ

   ତୁମ ଦେହ ଝଲମଲ ଦିଶୁଛି।

ରାତିରେ ସପନରେ   ତୁମେ ନିତି ଆସୁଛ

   ପ୍ରୀତିର ପ୍ରଗଳ୍ଭା ଶ୍ରାବଣୀ  ହୋଇ

ବିରହ ବିଧୂର ମୋ   ଛାତି ମରୁବାଲିରେ

    ଶ୍ରାବଣ ବରଷା ଧାରା ଝରାଇ ।


ପାହାନ୍ତି ସପନରେ   ତୁମେ ଆସି ବିଜନେ

    ନୁପୂରର ରୁଣୁଝୁଣୁ ଶବ୍ଦରେ

ଆନମନା କରିଛି   ଅଳତାର ରଙ୍ଗରେ

    ଛନ୍ଦାୟିତ ତୁମ ପାଦ ଛନ୍ଦରେ ।


 ସକାଳ ସମୟରେ    ଗାଁ ଦାଣ୍ଡରେ ତୁମର

     ସ୍ନାନ ଫେରା ଭିଜା ବାସ ଶରୀରେ  

 ତୁମ ଭିଜା ଦେହରେ     ଅରୁଣିମା ପରଶେ

    ଯାଦୁକରି ତୁମର ସେ ରୂପରେ

ରଚେ ନୂଆ କବିତା    ତା ରଶ୍ମିରେ ସବିତା

    ଯାହାକୁ କେବେ ମନୁ ଭୁଲି ପାରୁନି

ନୟନେ ନାଚିଯାଏ    କବିତାରେ  ତୁମର 

    ଅପରୂପା ବେଶ ଭୁଲି ପାରୁନି ।

    

       








Rate this content
Log in

Similar oriya poem from Classics