STORYMIRROR

Saudamini Tripathy

Classics

4  

Saudamini Tripathy

Classics

ଗୁଡି ଉଡା ମକର

ଗୁଡି ଉଡା ମକର

1 min
325

 


 ପୁଷମାସ ଅନ୍ତେ ମାଘ ଉପଗତେ 

   ମାଘ ଧର୍ମ ବସନ୍ତର 

ଋତୁ ଶ୍ରୀ ବସନ୍ତ ହୋଇ ସଜବାଜ 

   ଆମ୍ବ ବଉଳ ବାସର ।

ଶୀତ ଅତିକ୍ରାନ୍ତ ମୃଦୁ ଉଷ୍ନ ବାତ

 ସୁଲୁସୁଲି ବାଆ ବହି

ଉତ୍ତରାୟଣ ସୂର୍ଯ୍ଯ ହଳଦିବସନ୍ତ 

   କୁହୁ ତାନେ କୋକି ଗାଇ ।

ମନରେ ଉଚ୍ଚାଟ ସଜା ଘାଟ ବାଟ

   ଶୁଷ୍କ ପରିବେଶ ଶାନ୍ତ 

ବସନ୍ତ ପଞ୍ଚମୀ ମକର ସଂକ୍ରାନ୍ତି 

   ଗୁଡି ପରବର ଭେଟ ।

ମକରେ ବକର ସୂର୍ଯ୍ଯା ଅର୍କ କଅଁଳ

   ମୃଦୁ ମଳୟର ସାଥ

ପଲ୍ଲବିତ ଚୂତ କଅଁଳ ଶୋଭିତ

  ଗାନେ ମୋହେ ପରଭୃତ। 

ନୂତନ ଚାଉଳ ଗୁଡ ନଡିଆ

 ରାଶି ଅଳେଇଚ ସୁଣ୍ଠି 

ବାତ ପିତ୍ତ ନାଶ ଦରଜ ପରାଶ

   ଅମ୍ଳବ୍ଯଥାକୁ ଆଶ୍ବସ୍ତି । 

ଆଇରନ୍ ଯୁକ୍ତ ଖାଦ୍ଯ ପ୍ରସ୍ତୁତ 

  ଆରିସା ଲଡୁ ବାଦାମ 

ଗୁଡରେ ଆଇରନ୍ ସ୍ବାଦିଷ୍ଟ ସୁଷମ 

  ମକରେ ଭୋଗ ଉତ୍ତମ। 

ଛେନା ଅଳେଇଚ ମିଠା ଗୋଲମରିଚ 

  ବାଦାମ ଲଡୁ ରାଶି କୋରା

ଗୁଡି ପରବେ କିଶୋର ବାଳ ଯୁବେ 

    ବୟସ ସୀମା ନଧରା ।

ନାନା ରଙ୍ଗ ଗୁଡି ମିଳି ସର୍ବେ ଛାଡି

    ଭୁଲି ଜାତି ଧର୍ମ ବର୍ଣ 

ମନର ଉଲ୍ଲାସ ଆଦର୍ଶେ ଉଚ୍ଚ ଆଶେ

     ମନାନ୍ତର ବୖଷମ । 

ଆକାଶରେ ଛାଡି ମନେ ଖୁସି ଗୁଡି

  ସୁଉଚ୍ଚ ଦୂର ଆକାଶେ

ସହର ନଗରେ ଗ୍ରାମ ପଲ୍ଲୀ ପୁରେ

  ସଭିଏଁ ଖୁସି ପ୍ରକାଶେ। 

ମିଳିତ ପ୍ରାନ୍ତରେ ଅବା ଖାଲି କ୍ଷେତେ

   ପ୍ରତିଯୋଗିତାର ସହ

ମନରେ ଉତ୍ସାହ ଆନନ୍ଦରେ ସ୍ନେହ 

   ନଟେଇରେ ବନ୍ଧା ମୋହ ।

 ଉତ୍ତରାୟଣ ଭୋଗି ତିଳ ପର୍ବା ମାଘି 

  ପୋଙ୍ଗଲ ସଂକ୍ରାନ୍ତ ବିହୁ 

ଗୁଡି ପରବା ମକର ସଂକ୍ରାନ୍ତି

ଘୁଗୁଟି ମେଲା ଲୋଡି କହୁ।

ହିନ୍ଦୁ ପରବ ଭିନ୍ନ ରାଜ୍ଯେ ନାମ 

 ଏକ ପର୍ବ ପାଳନରେ

କୁମ୍ଭ ମେଳା ପୂଜା ଗଙ୍ଗା ଯମୁନା 

 ପ୍ରୟାଗେ ସୂର୍ଯ୍ଯ ପୂଜାରେ ।

ଗାଈ ପୂଜା କରି ଅଗ୍ନୀ ଜଳାଇ 

 କାଶ୍ମୀର ପଞ୍ଜାବ ରାଜ୍ୟେ

ଗହମରେ ଗୁଡ ପ୍ରସାଦ ଚାଉଳ  

 ଅମଳେ ଶସ୍ୟ ଖୁସି କାର୍ଯ୍ଯେ। 

ତୁସୁ ନାମରେ ମକର ପରବ

 ପ୍ରଥମ ଦିନ ମାସର

ବିଷ୍ଣୁ ଲକ୍ଷ୍ମୀ ପୂଜା ପ୍ରସାଦ ଅର୍ପଣ

ନାନା ରଙ୍ଗର ଗୁଡି ସଜ୍ଜାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics