Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Tripathy

Children Stories Children

3  

Saudamini Tripathy

Children Stories Children

ଶଗଡ ଗାଡି

ଶଗଡ ଗାଡି

1 min
179


ଧାଇଁ ଗୀଡି ଗୀଡି ଧାଇଁ ଗୀଡି ଗୀଡି

ଚାଲଇ ଆମ ଶଗଡ ଗାଡି

ତଳୁ ଉପର ଉପରୁ ତଳ

ଖାଲ ଢିପରେ ପଡି l


କଟର କେଁ କଟର କେଁ

ଚକ ସାଙ୍ଗରେ  ଅଖ

ଝୁଲୁ ଥାଉ ଆମେ ଦୁଇ ପଟକୁ

ଢଳି ପ ଡେ ଯେଉଁ ପାଖ l


ଦୁଇ ବଳଦ କାଳିଆ କଷରା

ଅବା ଛାପା ଧଳା କଳା

ଚାଳକ ଭାଇ ବାଡାଏ ତାଙ୍କୁ

ଡ୍ରାଇଭର ଗାଡିର ପରା l


ହଡ଼ା ବଳଦ ଦୁଇଟି ହେଲେ

ମାରି ଥାଏ ଛାଟ ବେଶୀ

ଦାମୁଡ଼ି ବଳଦ ଦୁଇଟା ବେକେ

ଘଣ୍ଟି କଉଡି ସାଜ ଖୁସି l


ବାଳରେ ଗୁନ୍ଥା କଉଡି

ପ୍ଲାଷ୍ଟିକ ରଙ୍ଗିନ୍ ଫୁଲ 

ଘାଗୁଡି ସାଜେ ମଥା ଶିଙ୍ଘରେ

ଦିଶୁଥାଏ ସୁନ୍ଦର

ଓଦର ଶଗଡେ ଖତ ସାର

ଜମିକୁ ଧାନ   ବାଦାମ

ଅମଳ ପାଇଁ ବିଲରୁ ଆସେ

ପେଡ଼ିବା ବୋହିବା କାମ l


ତାଟ ଛପର ଶଗଡେ ବୋହୂ ଝିଅ

ବାପ ଶାଶୁ ଘରେ

ବନ୍ଧୁ ବାନ୍ଧବ ଭୋଜି ଭାତକୁ

ଯାଆନ୍ତି ସପରିବାରେ l


ପୁରୁଣା କାଳ ଗାଁ ଦାଣ୍ଡରେ ଶଗଡ

ଯେବେ ଯାଏ

ଗାଁ ପିଲାଏ ଶଗଡ ଦଣ୍ଡାରେ

ଝୁଲୁ ଓହଳି ପ୍ରାୟେ l


ପୁରୁଣା ଦିନ ଅଭୁଲା ସ୍ମୃତି

ମନରେ ଯାଏ ଛୁଇଁ

ଆଧୁନିକ ଗାଡି ମଟରରେ

ଆଉ ସେ ମଜା କାହିଁ ?


ତାଟ ଶଗଡେ ବାହୁନି କାନ୍ଦି

ଝିଅ ଶାଶୁ ଘରେ ଯାଏ

ସପ ମନ୍ଦୁରା ପାରି ଘୋଡାଇ

ଫେରନ୍ତା କାନ୍ଦଣା ଗାଏ l

ସବୁ ଯେପରି ସ୍ଵପ୍ନ ହେଲା

ବସିଛି ମୁହିଁ ଶଗଡେ

ଦୂର ଗାଁ ଜାନି ଯାତରା ଯାଉ

ମାଆ ଖୁଡୀଙ୍କ ସାଙ୍ଗ ମେଳେ l


ମାଉସୀ ମାମୁଁ ଘରକୁ ଯାଉ 

ବିବାହ ଉତ୍ସବରେ

ଶଗଡ ଗାଡି ଆଗରେ ବସି

ଉଡାଇ ବଳଦରେ l


ଛୋଟ ପିଲା ମୁଁ ସରଧା ଭାରି

ନ ଥାଏ କାରେ ଡର

କିଛି ହୋଇଲେ କାନ୍ଦି ଜୋରରେ

 ଯତ୍ନରେ ପରିବାର l


Rate this content
Log in