STORYMIRROR

Saudamini Tripathy

Abstract Classics

4  

Saudamini Tripathy

Abstract Classics

ସୀତାଙ୍କୁ ନପାଇ ରାମଙ୍କ ଶୋକ

ସୀତାଙ୍କୁ ନପାଇ ରାମଙ୍କ ଶୋକ

2 mins
233


ଦଶରଥ ନନ୍ଦନ ଜାନକୀ ପ୍ରାଣଧନ

      ସୀତାଙ୍କୁ ହରାଇ ରୋଦନ  

ଶ୍ରୀହୀନ ବନ ଗିରି  ପ୍ରକୃତି ହତଶିରୀ

   ନିର୍ବାକେ ସରବେ ପାଷାଣ ହେ

               ପ୍ରାଣସହୀ

     କେଣେ ଗଲ ବୁଦ୍ଧି ନ ଦିଶଇ

      ବିଳାପେ ରୋଦନେ ଝୁରଇ

ହେ ରମଣୀ ରତନ ଜନକ ସୁତା ଧନ  

   ବୈଦେହୀ କାମିନୀ କାଞ୍ଚନ ଯେ ।


ପାଦପ ଲତା ରାଜି ଝୀନ କ୍ଷୀଣ ବିରାଜି

       ମଉନେ ରହିଛ କିମ୍ପାଇ

ବକୁଳ ବନ ଶୋଭା ଝାଉଁଳି ଶୁଷ୍କ ଅବା

      ଧୁସୁରା ନିର୍ଜୀବେ ସମାହି ହେ

                 ବନ ଗିରି

         ଲତା ଗୁଳ୍ମ ଅବନମିତ 

          ଝାଉଁଳି ପର୍ଣ୍ଣ ସଙ୍କୁଚିତ

 ନରାବେ କେକି କାକ ଅପହୃତେ ସୀତାଙ୍କ

          ରାଘବଙ୍କ ପ୍ରଶ୍ନ ପୁଚ୍ଛିତ ଯେ ।


କାନନ ଲତା ଗିରି ପଶୁପକ୍ଷୀ ଆବୋରି

      ସନ୍ଧାନ ବାର୍ତ୍ତାରେ ଜାନକୀ

ଗମି କି ନଦୀ ଧାରେ ପୁଷ୍ପ ତୋଳି ଶ୍ରଦ୍ଧାରେ

       ଲୁଚକାଳି ଖେଳି ପରଖି ହେ

               ହେମାଙ୍ଗିନୀ

         ସୀତେଶ ହୁଅନ୍ତି ଅଧୀର

         ମିଳ ହେ ନ ଲୁଚି ସତ୍ବର

ଜନକେ କି କହିବି ଅଯୋଧ୍ୟା କି ଫେରିବି

    ଜାନକୀ ହରାଇ ବନର ଯେ ।


ପତ୍ନୀ ଭାଇ ସହିତ ବନେ ଗମି ରଘୁନାଥ

      ଧିକ୍କ ହେ କୌଶଲ୍ୟା ନନ୍ଦନ

ଶକ୍ତି-ବଳ ଶ୍ରୀ ହୀନ   ପାଦ ଦୁଇ ଥକିଣ

       ଚିନ୍ତାରେ ରଘୁ ବିଳପିଣ ହେ

               ପ୍ରାଣ ସହୀ

        ସୀତା ବିହୁନେ ତେଜି ପ୍ରାଣ

         ଅଯୋଧ୍ୟା ନ ଯିବି ବହନ

 ହେମବର୍ଣ୍ଣା ଜାନକୀ ମୃଗ ନୟନା ସଖୀ

    ହତଶ୍ରୀ ରାଜୀବ ଲୋଚନ ଯେ ।


ଜନକ ସୁନନ୍ଦିନୀ     ଅଯୋଧ୍ୟା ସୌଭାଗିନୀ

          ସୁକାନ୍ତି ପତି ସୁଗାମିନୀ

ତେଜିଣ ରାଜ୍ଯ ସୁଖ     ବଧୂ ଶ୍ରୀ ଇକ୍ଷ୍ବାକୁଙ୍କ

       ଅଯୋଧ୍ୟା ରାଣୀ ସୁଲକ୍ଷଣୀ ହେ

                 ବନଗିରୀ

         ଛାଡି ହେ ମନରୁ କପଟ

        ରାଘବ ଇଚ୍ଛେ ସୀତା ଭେଟ

ନ ମିଳିଲେ ସନ୍ଦେଶ   ନ ଫେରିବେ ଅବଶ୍ଯ

      ଅଯୋଧ୍ୟା ପୁରୀ ଅସନ୍ତୁଷ୍ଟ ଯେ ।


ଦିଶେ ଅନ୍ଧାର ଘନ ଖୋଜେ ଘୋର ଅରଣ୍ୟ

       ପ୍ରାଣ ପ୍ରିୟା ସୁହୃଦ ତନ୍ତ୍ରୀ

 ପାହୁ ଶୀଘ୍ର ଦୁର୍ଦ୍ଦିନ  ମିଳନ ପିକ ଘନ

     ରାଜୀବ ଅନ୍ତର ଆହ୍ଲାଦୀ ହେ

              ସ୍ବର୍ଣ୍ଣ କେଶୀ

        ଅନ୍ନ ଜଳ ନିଦ୍ରା ବରଜି

        ସୀତେଶ ଡାକିଣ ଗରଜି   

 ହେ ପ୍ରିୟା ପ୍ରାଣ ସଖୀ ହୃଦ ରାଣୀ ଜାନକ

   ଏକ ଦିନ ତୋ ବିନା ଦଶନ୍ଧି ଯେ ।


ଜୀବନ ଅକାରଣ ଝିଙ୍ଗାସି ରଘୁ ରାଣ

      ଅଯୋଗ୍ଯ ନିକମା ପାମର

ଆହାଃ ମୋ ବୈଦେହୀ କେଣେ ଗଲ ନ କହି

    ପତିରେ ଗୁମାନ ନ କର  ହେ

             ଉରୁ ରମ୍ଭା

    ସମ୍ମୁଖେ ହୋଇଣ ଯେ ଉଭା

      ସୀତାପତି ହୃଦ ବଲ୍ଲଭା 

ବନ ଯାତ୍ରା ବୈଦେହୀ ପଦେ ଥକ୍କି ଅସହି

  ଅଯୋଧ୍ୟାରେ କିବା ପଠାଇବା ଯେ।


କି କହିବେ କୌଶଲ୍ଯା ସୁମିତ୍ରା ମା' ଅମୂଲ୍ଯା

        କୁଳବଧୂରେ ଶିରୋମଣି

ନ ଫେରିବି ଅଯୋଧ୍ୟା ବନେ ଭୋଗି ଦ୍ବିବିଧା

     ଅଯୋଧ୍ଯା ରାଣୀ ସୁଶୋଭିନୀ ହେ

                 ପଦ୍ମ ମୁଖୀ

      ନିରାଶ ଶ୍ରୀପତି ନଦେଖି

      ବିମ୍ବୋଷ୍ଠେ ପଦ୍ମିନୀ ସୁମୁଖୀ

ବିକଳେ ରଘୁରାଣ ଅଧୀରରେ କାନ୍ଦିଣ

   ଖୋଜନ୍ତି ରମା ସୁକାମିନୀ ଯେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract