Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Tripathy

Others

4  

Saudamini Tripathy

Others

ଯୋଗ ଅଭ୍ୟାସ

ଯୋଗ ଅଭ୍ୟାସ

1 min
274


ଏ ଶୁଭ ଦିବସେ ବିଶ୍ଵ ପରିବାର ଏକ ସଂକଳ୍ପ କର

ଭାଗବାନଙ୍କ ସହ ମନ ସ୍ଥିର କରି ମନକୁ ଯୋଗ କର l


ଯୋଗ ଅଭ୍ୟାସରେ ମନ ସ୍ଥିର ସୁସ୍ଥ ନିରୋଗ ରଖି ଶରୀର

ନିତି ପ୍ରତିଦିନ ନିଜ ଚଳଣିରେ ଅଭ୍ୟାସରେ ଯୋଗ କର l


ଯୋଗ ବଳେ ଶରୀର ସୁସ୍ଥ ସବଳ ନିର୍ମଳ ଶାନ୍ତ ମନ

ଯୋଗାଭ୍ୟାସ ବଳେ ପୃଷ୍ଠ ଶରୀର ସୁନ୍ଦର ସ୍ୱାସ୍ଥ୍ୟବାନ l


ଯୋଗ କର ସର୍ବେ ସୁପ୍ରଭାତୁ ଉଠି ପେଟ ସଫା କରି ନିତ୍ୟ

ଅଲୋମ ବିଲୋମ କପାଳ ଭାରତୀ ବତ୍ରିକା ଯୋଗ ସହିତ l


ସୂର୍ଯ୍ୟ ନମସ୍କାର୍ ଓମକାର ସହିତ ପଦ୍ମାସନ କରି ଯୋଗ

ଦୂରେଇ ବାର୍ଦ୍ଧକ୍ୟ ସୁନ୍ଦର ସ୍ୱାସ୍ଥ୍ୟ ସୁସ୍ଥ ସବଳ ନିରୋଗ l


ସୁଖାସନ ସହ ସର୍ବାଙ୍ଗାସନ ଉର୍ଦ୍ଧାସନ ଗରୂଡାସନ

ବୀରଭଦ୍ରାସନ ,ଭୂଜଙ୍ଗାସନ ମତ୍ସାସନ ଶିର୍ଷାସନ l


ବୟସ ବଢିବ ଦୁର୍ବଳ ନ ହେବ ମୁଖର ଜ୍ୟୋତି ସୁନ୍ଦର

ଦୀର୍ଘାୟୁ ଜୀବନ ନିତ୍ୟ ନଇମିତ ଅଭ୍ୟାସ ବଳେ ଯୋଗର l


ହୃଦଘାତ ସୁଗାର ରକ୍ତ ଚାପ କଫ ବାତପିତ୍ତ ର କଷଣ

ରକ୍ତ ସଞ୍ଚାଳନ ଗଣ୍ଠି ବାତ ଦୂର ପ୍ରଫୁଲ୍ଲିତ ମନ ପ୍ରାଣ l


ବଇଦ ନିଜ ଶରୀରର ନିଜେ ନ ଯିବ ଡାକ୍ତରଖାନା

ପେଟ ସଫାହେଲେ ନିରୋଗୀ ଜୀବନ ଦୁରେଇ କଷ୍ଟବେଦନା।


ସ୍ୱାସ୍ଥ୍ୟ ହିଁ ସମ୍ପଦ ସୁଖ ବୈଭବ ରଖିବ କରି ଯତନ

ଧନରତ୍ନ ଥାଇ ସୁଖ ନ ଭୋଗିବ ବ୍ୟାଧି ଗ୍ରସ୍ତ ହେଲେ ପ୍ରାଣ l


ରାମଦେବ ବାବା ଯୋଗାଭ୍ଯାସ ବଳେ ଆଦର୍ଶ ସଭିଙ୍କର

ସକାଳୁ ବ୍ୟୟାମ କସରତ କରି ସ୍ୱାସ୍ଥ୍ୟକୁ ନୀରୋଗ କର l


Rate this content
Log in