Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Tripathy

Classics

4  

Saudamini Tripathy

Classics

କୋଣାର୍କ

କୋଣାର୍କ

1 min
346



ପ୍ରାଚୀନ କୀର୍ତ୍ତି ଗୁଣ କଳାରେ ନିପୁଣ 

  ସପ୍ତାଶ୍ଚର୍ଯ୍ୟରେ ସୁନାମ 

ଉତ୍କଳଗୌରବ ବିଶ୍ଵବୈଭବ 

    ସୂର୍ଯ୍ୟ ମନ୍ଦିରଟି ନାମ ।

ବଙ୍ଗୋପସାଗର ଉତ୍କଳୀୟ ବେଳା 

    ଦିଗ ଦକ୍ଷିଣ-ପୂରବ 

ଭାରତ ଭୂମିର ପ୍ରାଚୀନ ଐତିହ୍ଯ 

    ଚାରୁଶିଳ୍ପ ରୂପ ଦିବ୍ଯ ।

ଅର୍କକ୍ଷେତ୍ର ନାମେ ପ୍ରସିଦ୍ଧ କୋଣାର୍କ 

   ମନ୍ଦିରଟି ଅର୍ଦ୍ଧଭଗ୍ନ 

ପହିଲି କିରଣ  ନାରଙ୍ଗୀ ପ୍ରଭମାନ 

     ଗର୍ଭଗୃହେ ପଦାର୍ପଣ। 

  ବିଚିତ୍ର କଥା ଏ  ପୂର୍ବ ନଭଦିଶା 

      ସିନ୍ଦୁରେ ଶୋଭିତ ଅର୍କ 

 ସୂର୍ଯ୍ୟ ଅରକେ  ଗରଭେ ଝଟକେ

      ମନ୍ଦିର ନାମ କୋଣାର୍କ ।

ରଥର ଆକାର  ମନ୍ଦିର ପ୍ରକାର 

    ବାରଶହ ବାରବର୍ଷ 

ସାତ ଘୋଡା ଯୋଚି ନିହାଣରେ ଖୋଦି

   ଖୀଷ୍ଟାବ୍ଦ ବାରଶହ ପଚାଶ  l

ଲାଙ୍ଗୁଳା ନରସିଂହ ଦେବ ପ୍ରଥମ ଗଙ୍ଗବଂଶ 

    ରାଜା ସ୍ଵପ୍ନ ଅଭିଳାଷ  

ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ନଦୀ 

   କୂଳେ ନିର୍ମିତ ପ୍ରକାଶ l

ବାରଶହ ବଢେଇ କାରୁକାର୍ଯ୍ୟ ଚିତ୍ର 

   ନର୍ତ୍ତକ ନର୍ତ୍ତକୀ ମୂର୍ତ୍ତି

ମଣିଷ ଜୀବନ   ଭଙ୍ଗୁର କ୍ଷଣ 

   ବଦଳେ କାର୍ଯ୍ୟରେ ଗତି ।

ପଥର ଖୋଦିତ ନିହାଣ ମୁନରେ

    ବିଶ୍ବକର୍ମା କୀର୍ତ୍ତି ଗୁଣ

 ବାର ବରଷର ବାଳକ ଧରମା

    ମୁଣ୍ଡି ମାରି କୁଳମାନ ।

ବିଶୁ ମହାରଣା କାମେ ବିଶ୍ବକର୍ମା

   ନମାରି ପାରିଲେ ମୁଣ୍ଡି 

ସକାଳ ହୋଇଲେ ମୁଣ୍ଡ କଟା ହେବ

    ରାଜା ରଖିଥିଲେ ଚୁକ୍ତି ।

ଇତିହାସ କହେ ଉତ୍କଳ ଗୌରବ

   କୃତି କାରୁକାର୍ଯ୍ୟଶିଳା

କୋଣାର୍କ ଆମର ବ୍ଲାକ୍ ପାଗୋଡା 

   ସାକ୍ଷୀ ଅଛି ମୁଖଶାଳା ।


Rate this content
Log in

Similar oriya poem from Classics