STORYMIRROR

Saudamini Tripathy

Children

4  

Saudamini Tripathy

Children

ସୁସ୍ଥ ପରିବେଶ

ସୁସ୍ଥ ପରିବେଶ

1 min
426


ଧାରା ଶିରାବଣ ମାସ ବର୍ଷା ଧାର ଧାର

ଗଙ୍ଗୁ ଗୁହାଳ ପଛରେ ମଶା ମାଛିଙ୍କ ବିଚାର l

ମଶା ମାଛି ମୂଷା ସବୁ ଏକ ଠାବେ ବସି

ଯୋଜନା କରି ରୋଗରେ ମିଶି ସର୍ବେ ଗ୍ରାସି l

ଆମ ପିଲା ବେଳ ସ୍ୱାସ୍ଥ୍ୟ ଶିକ୍ଷା ବିଷୟରେ

ବଣ ଜଙ୍ଗଲ ଗଚ୍ଛ ଲତା ଝାଟିମାଟି ଘରେ

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ତୃତୀୟ ବହିରେ

ସଫା ସୁତୁରାରେ ସୁସ୍ଥ ନିରୋଗୀ ଜୀବନରେ

ଏବେ ପକ୍କା ଘର ସବୁ ରାସ୍ତା ସଡକ ବି ପକ୍କା

ନଦୀ ନାଳ ସହରରେ ପ୍ଲାଷ୍ଟିକ ପଲିଥିନ୍ ଛକ୍କା

ପାଣି ଜମା ହୋଇ ରହି ଡେଙ୍ଗୁ ମଶା ଭଣ ଭଣ

ଜନ ଜୀବନ ହିନସ୍ଥା ଦୁଃଖ ଆଉ ନ ବଖାଣ

କାଠି ଡାଙ୍ଗ ଅଳିଆ ନାଳରେ ପଲିଥିନ୍ କଭର

ଘୁଷୁରି ବଢାଏ ମିଶି  ଡେଙ୍ଗୁ ମେଲେରିଆ ଜ୍ଵର

ପ୍ରଚାର ପ୍ରସାର ବେତାରେ ଟିଭି ସ୍ବଚ୍ଛତାକୁ ନେଇ

ଦିନୁ ଦିନ ଅବସ୍ଥା ବଢେ ସାବଧାନ କେହି ନାହିଁ l

ଅସମ୍ଭବ ଅସହ୍ୟ ଭୟଙ୍କର ରୋଗ ବ୍ୟାପେ

ରୋଗ ମ୍ରୁତ୍ୟୁ ଦୁଃସହ ସ୍ଥିତି କେହି ବି ନ ଭାବେ l

ପରିବେଶ ସ୍ଵଚ୍ଛରେ ଏକ ହୋଇ ବିଶ୍ଵ ଜନ ମନ

ମୂଳ ହୁଁ ସାବଧାନ ରକ୍ଷା ଅମୂଲ୍ୟ ବିଶ୍ଵ ପ୍ରାଣ l

ବ୍ଲିଚିଙ୍ଗ ପାଉଡରରେ ଅଳିଆ ଆବର୍ଜନା ଜାଗା

ସ୍ବଛରେ ନାଳ ନର୍ଦ୍ଦମା ବିଶୋଧି ରୋଗ ଭଗା

ଶୁଖିଲା କାଗଜ ପତ୍ର ରଖି ଅଲଗା ଡବାରେ

ଓଦା ପନି ପରିବା ଭିଜା ବସ୍ତୁ ଫିଙ୍ଗି ଅଲଗାରେ

ସରକାରୀ ସଫାଇ ଗାଡି ଘରେ ସହରେ ଗଳିରେ

ସଫାଇ ଗୀତ ପ୍ରସାରଣ ସରକାରୀ ପ୍ରଚାରରେ

ରାସ୍ତା ଘାଟ କାନ୍ଥ କଡରେ ଡ୍ରେନ୍ ଧାରରେ

ନ ପକାଇ ମଇଳା ଆବର୍ଜନା ଫିଙ୍ଗି ଅଳିଆରେ

ନ ମାନିଲେ ସରକାର ନିତୀ ନିୟମ ବ୍ଯବସ୍ଥା

ଅର୍ଥ ଦଣ୍ଡ ଜୋରିମାନା ସରକାରୀ ସେବା ସଂସ୍ଥା ।

ରାସ୍ତା କଡେ କାନ୍ଥ ମୂଳେ ଗଛ ଦୋକାନ ପାଖରେ

ପରିଶ୍ରା ମଳ ତ୍ଯାଗ ମନା କର ଶୌଚାଳୟରେ ।

ସ୍ବଛ ଭାରତ ସ୍ବପ୍ନ ସଫଳ ସଭିଙ୍କ ସହଯୋଗ

କୈଶୋର ଯୁବ ବୃଦ୍ଧ ମହିଳା ସଭିଙ୍କ ବିଭାଗ

ଆମ ଦେଶ ଆମ ସ୍ବାସ୍ଥ୍ଯ ଆମରି ଜୀବନ

ସ୍ବଛ ଭାରତ ସୁନ୍ଦର ସ୍ବାସ୍ଥ୍ଯ କରିବା ନିର୍ମାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children