STORYMIRROR

Ambika Swain

Children Inspirational

4  

Ambika Swain

Children Inspirational

ହେ ଆମର ଭବିଷ୍ୟତ ମାନେ

ହେ ଆମର ଭବିଷ୍ୟତ ମାନେ

1 min
26.8K


ମାତୃ ଗର୍ଭରୁ କଅଁଳ ଶିଶୁଟି

ଯେତେବେଳେ ଧରା ଛୁଏଁ

ଅଶାର ଆଲୋକ ବିଛୁରିତ ହୁଏ

ମନେ ଖୁସି ଭରି ଯାଏ ।

ବାପା ମାଆଙ୍କର ଆଶା ଅସୁମାରୀ

କଢି ରୁ ଫୁଲ ଫୁଟିବ

ଆମ ପିଲାଦିନେ ସୁମଣିଷ ହୋଇ

ଜଗତେ ବାସି ଉଠିବ ।

ପିଲାମାନେ ତୁମେ ଭଲ ପାଠ ପଢି

ସୁନାମ ଯେବେ ଅର୍ଜିବ

ଆଗାମୀ ପିଢ଼ିର ଭବିଷ୍ୟତ ବନି

ଦେଶର ଟେକ ରଖିବ ।

ସଦା କହୁଥିବ ସତବାଣୀ ତୁମେ

ସତ ପଥରେ ଚାଲିବ

ମିଥ୍ୟାର ଆଶ୍ରୟ ନେବ ନାହିଁ କେବେ

ଜୀବନ ପଥେ ଜିତିବ ।

ସତକହି ଯଦି ମିଳୁଅଛି ଦଣ୍ଡ

ତଥାପି ହାରିବ ନାହିଁ

ଜୀବନ ଯୁଦ୍ଧ ରେ ଜିତିବାକୁ ହେଲେ

ମିଛକୁ କହିବ ନାହିଁ ।

ବାପା ମା ' ମନରେ ଦେବନାହିଁ କଷ୍ଟ

କରିବ ସଦା ଆଦର

ତାଂକ ଆଶୀର୍ବାଦ ତୁମ ସାଥେ ରହେ

ଭବିଷ୍ୟତ ଗଢେ ତୁମର ।

ବାପା ମା' ତୁମର ସରଗଠୁ ବଡ଼

ତାଙ୍କ ପରି କେହି ନାହିଁ

ତାଙ୍କରି ଦାନରେ ଧରାକୁ ଆସିଛେ

ଏକଥା ଭୁଲିବା ନାହିଁ

ସେମାନେ ତୁମର ଚଳନ୍ତି ଦେଵତା

କରୁଥିବ ସଦା ଭକ୍ତି

ଯୁଆଡେ ଗଲେ ବି ଯେଉଁଠି ରହିଲେ

ତାଙ୍କଠି ରଖିବ ମତି ।

ଭଲ ପାଠ ପଢି ମଣିଷଟି ହେବ

ରଖିବ ଦେଶ ଟେକର

ତୁମରି ହାତରେ ଗଢ଼ା ହେବ ଆମ

ସୁନ୍ଦର ସୃଷ୍ଟିର ସଂସାର ।

ବାପା ମାଆ'ମନେ ଗର୍ଵ ଭରି ଯିବ

ଜନ୍ମ ତୁମ ହେବ ସାର୍ଥକ

ଧନ୍ୟ ଧନ୍ୟ ବୋଲି ସମସ୍ତେ କହିବେ

ତୁମ ପଥେ ଯିବେ ଅନେକ ।।

ତୁମେ ଆମର ଯେ ଦେଶ ଭବିଷ୍ୟତ

ସୁନାର ସମାଜ ଗଢିଵ

ଦେଶ ତୁମ ପାଇଁ ଗରବ କରିବ

ତୁମର ଗୋୖରବ ରହିବ ।।


ଅମ୍ବିକା ସ୍ବାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children