STORYMIRROR

Ambika Swain

Others

3  

Ambika Swain

Others

ଆତ୍ମାର ବନ୍ଧୁ

ଆତ୍ମାର ବନ୍ଧୁ

1 min
13.8K


ମଣିଷ ଜନ୍ମରୁ ମୃତ୍ୟୁ ଯାଏ

ଜୀବନରେ ଆସେ କେତେ ଲୋକଙ୍କ ସଂସ୍ପର୍ଶରେ

ଯେତେ ଲୋକଙ୍କ ସହ ଯୋଡି ହୁଏ ସମ୍ପର୍କ

କେତେ ଚିହ୍ନା ପରିଚୟ ସାଙ୍ଗ ସାଥୀ ମିଳନ୍ତି

ବନ୍ଧୁ ବାନ୍ଧବ,

ସମସ୍ତେ କଣ ହୋଇ ପାରନ୍ତି ଆତ୍ମୀୟ?

ବେଳେ ବେଳେ ମଣିଷ ଜୀବନରେ

ହଠାତ କେହି ଜଣେ ଆସି ହୋଇଯାଏ

ଅତି ନିଜର ଅତି ଆପଣାର

ଦୁହେଁ ଦୁହିଁଙ୍କୁ ବୁଝି ପାରନ୍ତି

ମନରେ ହୃଦୟରେ ଆତ୍ମାରେ,

ଦୁଃଖ ସୁଖ ଭଲ ମନ୍ଦକୁ ବାଣ୍ଟି

ଚାଲନ୍ତି ପରସ୍ପରେ

ବିପଦ ଆପଦ ଅଭାବ ଅସୁବିଧାରେ

ଉଭୟେ ଉଭୟଙ୍କ ପାଇଁ

ସାହାଯ୍ୟର ହାତ ବଢ଼ାନ୍ତି

ବିନା ସ୍ୱାର୍ଥରେ ବିନା ସର୍ତ୍ତରେ

ସମୟ ଓ ଅସମୟରେ ।

ଏମତି ଏକ ସ୍ବର୍ଗୀୟ ସମ୍ପର୍କର ଡୋରି

ତୁମ ଆଉ ମୋ ଭିତରେ..

ତୁମେ ଅଉ ମୁଁ

ମୁଁ ଅଉ ତୁମେ

ଦୁହେଁ ଦୁହିଁଙ୍କର ଅନ୍ତରଙ୍ଗ ଏବେ

ଦୁହେଁ ଦୁହିଁଙ୍କ ପାଇଁ ଥିଲେ

ଅଜଣା ଅଚିହ୍ନା ଦିନେ

କେହି ଜାଣି ନଥିଲେ କାହାକୁ

ହଠାତ ଗଢ଼ି ଉଠିଲା,ବଂଧୁତ୍ୱର ସେତୁ

ତୁମ ଆଉ ମୋ ଭିତରେ

ପରସ୍ପର ଭାଷା ଚିନ୍ତା ଧାରାର ସମାନତା

ଭାବର ଆଦାନ ପ୍ରଦାନ କରିଦେଲା

ଆମକୁ ଖୁଵ ଅନ୍ତରଙ୍ଗ ଧୀରେ ଧୀରେ

ଏହି ସମ୍ପର୍କ ବା ବନ୍ଧୁତ୍ୱର ଡୋରି

କେବଳ ଭଗବାନଙ୍କର ଇଛାରେ

ସେଥି ପାଇଁ ଆମେ ଆମେ ଖୁଵ ଆପଣାର

ଖୁଵ ନିକଟତର, ଦୁଃଖ ସୁଖର ଭାଗିଦାର

ଭଗବାନଙ୍କ କୃପାରୁ ଏହି ବନ୍ଧନ ଅତୁଟ ରହୁ

ଚିରକାଳ ଯୁଗ ଯୁଗ ଜନ୍ମ ଜନ୍ମାନ୍ତର ।।

*************

ଅମ୍ବିକା ସ୍ୱାଇଁ

ଭୁବନେଶ୍ୱର


Rate this content
Log in