STORYMIRROR

Ambika Swain

Others

3  

Ambika Swain

Others

ଆମ ଉତ୍କଳ ଆମ ଗୌରବ

ଆମ ଉତ୍କଳ ଆମ ଗୌରବ

1 min
1.6K


ଜନ୍ମ ମାଟି ଆମ ଓଡ଼ିଶା

ଭାଷା ଆମ ଓଡ଼ିଆ ,ଆମେ ଓଡ଼ିଆ

ଆମ ଭାଷାରେ ଫୁଟି ଉଠେ

କେତେ ମଧୁରତା

ସ୍ନେହ ,ପ୍ରୀତି, ପ୍ରେମ ମମତା ।

ବଣ ପାହାଡ଼,ଜଙ୍ଗଲ ଦ୍ରବ୍ୟ ଖଣିଖଦାନ

ସବୁ ଥିରେ ଭର ପୁର ଓଡିଶା ମାଟି ଆମ

ତଥପୁ, ଆମ ଓଡ଼ିଶା ଗରିବ ରେ ଲେଖା

ଦୁଃଖ ଲାଗେ ଭାରି ଭାବିଲେ ଏକଥା

ଓଡ଼ିଶାର ଚାରୁ କଳା, ଚାନ୍ଦୁଆ କାମ ଓଡ଼ିଶନୃତ୍ୟ

ହୋଇ ସାରିଲାଣି ବିଶ୍ବବିଦିତ ଆମ ପଟ୍ଟଚିତ୍ର ।

ଆମ ଓଡ଼ିଶାର ପିଠାପଣା, ଓଡିଆ ଡାଲମା

ପଖାଳରବାସନା ସମସ୍ତଙ୍କ ହୃଦେ ରହିଥାଏ ସଦା

ବିଦେଶ ମାଟିରେ ଆମ ଓଡ଼ିଆ ପଖାଳ

ପିଠାପଣା ରାଜୁତି କଲାଣି ହେଲାଣି ସଭିଙ୍କ ପ୍ରିୟ

ଯେଉଁଠି ରହିଲେ ବି ଓଡ଼ିଆ ଆମେ

ଓଡ଼ିଆ ସଂସ୍କୃତି ପରମ୍ପରା ଐତିହ୍ୟ

ମାତୃଭୂମି, ମାତୃଭାଷା କୁ ଭୁଲ ନାହିଁ କେବେ

କାଳିଆ ଠାକୁର ଆମ ଜଗତର ନାଥ

ସେଥିପାଇଁ ଆମେ ଆଜି ସଭିଏଁ ଗର୍ବିତ ।

ତାଙ୍କ ଚରଣାବିନ୍ଦରେ ମୋର ଶତ କୋଟି ଜଣାଣ

ମାତୃ ଭୂମି ଉତ୍କଳ ର ରଖନ୍ତୁ ସେ ଗୋୖରବ

ଟେକ ରହୁ ଦୁନିଆରେ ଆମ ଜନ୍ମମାଟି ବିଭବ ।


ଅମ୍ବିକା ସ୍ୱାଇଁ

ଭୁବନେଶ୍ୱର,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍