STORYMIRROR

Ambika Swain

Inspirational

3  

Ambika Swain

Inspirational

ଜୀବନ ଝଡ (ସନେଟ)

ଜୀବନ ଝଡ (ସନେଟ)

1 min
13.5K


ଆନନ୍ଦ ଓ ନିରାନନ୍ଦ ଜୀବନ ର ଜଉ ଘରେ

ଲୁଚକାଳି ଖେଳୁଥାଏ ସ୍ୱପ୍ନ ସୁଖ ପାରାବାରେ

ଜଣ ନାହିଁ ଆସିଥାଏ କେତେବେଳେ କେଉଁ ଝଡ

ଥରାଇ ଦିଏ ସେ ପ୍ରାଣ ମଣିଷ ପାଲଟେ ଜଡ ।।


ମନ ହୁଏ ଦିଗହରା ପାଏନା ସେ ଥଳକୂଳ

ବଞ୍ଚିବାକୁ ଖୋଜେ ରାହା କେମିତି ଧରିବ କୂଳ

ଭାସୁଥାଏ ଭବିଷ୍ୟତ ମହା ଜାଗତିକ ଖେଳେ

ସେ ଆସିବ ହିଁ ତ ଆସିବ ସମୟ ର କରାଳେ ।।


ସମୟ ର କରାଳ କୁ କିଏ ଵା ପାରିବ ରୋକି

ତା'ସଙ୍ଗେ ଖେଳିଲେ ଖେଳ ଆନନ୍ଦେ ବଞ୍ଚିବା ଶିଖି

ଧୈର୍ଯ୍ୟ ର ପାହାଡ଼ ତଳେ ଛାତିକୁ ପଥର କରି

ଚାଲୁଥିବା ପଥ ବାହି ଭବିଷ୍ୟତ ସ୍ବପ୍ନ ଧରି ।।


ଜୀବନର ଜଉଘରେ ଜଳୁଥିବ ଜନ ମନ

ଝଡ଼ ବତାସ କୁ ସାମନା କରୁଥିବ ଜୀବନ ।।

**********

ଅମ୍ବିକା ସ୍ଵାଇଁ ,ଭୁବନେଶ୍ୱର ମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational