STORYMIRROR

Ambika Swain

Others

3  

Ambika Swain

Others

ସ୍ବପ୍ନ ର ସୌଧ

ସ୍ବପ୍ନ ର ସୌଧ

1 min
13.5K


ଦେଖିଲା ଦିନ ଠୁ ତୁମକୁ

ଆଙ୍କିଛି ମୋ ହୃଦୟ ରେ

ସ୍ଵପ୍ନ ର ସୌଧ।

ଆକାଶରେ, ଜହ୍ନରେ ,ତାରାରେ

ପାହାଡ ,ଜଙ୍ଗଲ ,ଝରଣାରେ

ମୋ ଆଖିରେ ମୋ ମନରେ

ମୋ ହ୍ରୁଦୟର ଚିତ୍ରପଟରେ...

କେବଳ ତୁମେ ତୁମେ ଆଉ ତୁମେ....

ସବୁଠି ତୁମ ପ୍ରତିଛବି ଦୃଶ୍ୟମାନ ହୁଏ

ଆଗରେ ପଛରେ ମୋ ଛାଇରେ ମୋ ସ୍ୱପ୍ନରେ.....

ତୁମ ସାଥେ ମିଶି ଗଢିବିନି

ଖେଳନା ର ବାଲି ଘର ଟିଏ

ଭାଙ୍ଗି ଯିବ ଝାଲକାଏ ପବନରେ...

ଏମିତି ଗଢିଦେବି ଏକ ଘର ଟିଏ

ଭାଙ୍ଗି ବନି ସେ ବାତ୍ୟା ପବନ ଭୂମିକମ୍ପରେ

କିନ୍ତୁ ଲୋଡା ମୋର ତୁମର ସାହଚର୍ଯ୍ୟ

ଗଢ଼ିବାକୁ ସ୍ୱପ୍ନର ବିରାଟ ସୌଧ

ଯାହା ରହିଥିବ ଚିରଦିନ ଚିରକାଳ

ଏ ଜୀବନ ମାଟିରେ ମିଶିବା ଯାଏ....!!!


ଅମ୍ବିକା ସ୍ୱାଇଁ,,


Rate this content
Log in