STORYMIRROR

Ambika Swain

Others

2.9  

Ambika Swain

Others

ଜୀବନ ସଙ୍ଘର୍ଷ

ଜୀବନ ସଙ୍ଘର୍ଷ

1 min
425



ଦୁଃଖ, ସୁଖ ଭରା ଏହି ଆମ ସଂସାର, ସମସ୍ତେ ନାହାନ୍ତି ଭଲରେ

କେତେ ଦୁଃଖ ଯନ୍ତ୍ରଣା ସହି ଜୀବନରେ ଚାଲନ୍ତି ପଥ ସେ ଆଗରେ,

ସଂଘର୍ଷ ମୟ ଏ ମଣିଷ ଜୀବନ, ସଂଘର୍ଷ କରି ବିତେ ତା ଦିନ

ଜୀବନରେ ଯଦି ନଥାଏ ସଂଘର୍ଷ ,ଜୀବନ ହେବନି ପରିପୂର୍ଣ୍ଣ ।।


ପେଟ ଚାଖଣ୍ଡକ ପାଇଁ ମଣିଷ ରାତିଦିନ କରୁଥାଏ ସଂଘର୍ଷ

ଯେତେ ଝଡଝଞ୍ଜା ବିପଦ ଆସିଲେ ପଡି ଉଠି ଚାଲେ ମଣିଷ

ଛାତି କୁ ପଥର କରି ସହି ରହେ,ଭବିଷ୍ୟତ ସ୍ୱପ୍ନ ଦେଖୁ ଥାଏ

ନିଜର ସ୍ୱପ୍ନ କୁ ପୂରା କରିବା କୁ ସଙ୍ଘର୍ଷ କରି ସେ ଚାଲି ଥାଏ ।।


ଧନୀ, ମଧ୍ୟବିତ୍ତ, ଫୁଟପାଥ ମଣିଷ ସମସ୍ତେ କରନ୍ତି

ସଂଘର୍ଷ

ସମସ୍ତ ଙ୍କ ଜାଗାରେ ସମସ୍ତେ ରହିବା କେହି ହେବା ନାହିଁ ବିମର୍ଷ

ଯେତେ ବାଧା, ପୀଡା ଆସୁ ଜୀବନରେ ସହିଲେ ହେବା ମଣିଷ

ଜୀବନ ଯୁଦ୍ଧର ନାଟକରେ ଜିତି ବଞ୍ଚିବାକୁ କରିବା ସଂଘର୍ଷ ।।


ନିଜର ପ୍ରାରବ୍ଧ କର୍ମ, ଓ ଭାଗ୍ୟ ଫଳକୁ ସାଥେ ଧରି ଚାଲୁ ଥିବା

ପ୍ରଭୁଙ୍କ ଚରଣେ ମଥା ପାତି ଆମେ ଜୀବନ ଡ଼ଙ୍ଗା କୁ ବାହି ନେବା ।

*******

ଅମ୍ବିକା ସ୍ୱାଇଁ,ଭୁବନେଶ୍ୱର, ମୋ-୯୭୭୭୫୯୯୬୯୫


(ପ୍ରତିଯୋଗିତା ପାଇଁ ଉକ୍ତ କବିତା ଟି )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍