STORYMIRROR

Ambika Swain

Others

3  

Ambika Swain

Others

କବିଙ୍କର କବିତାର ରହସ୍ୟ

କବିଙ୍କର କବିତାର ରହସ୍ୟ

1 min
28.5K


କବି ଟିଏ ତା କବିତାର ମାଧୂର୍ଯ୍ୟ ଚ।ତୁରୀ ରେ

ଭରି ଦିଏ କବିତା ରେ

କେତେ ରକମର ରଙ୍ଗ

କେତେ ମଧୁର କେତେ ସରଳ

କେତେ ଗାମ୍ବିର୍ଯ୍ୟ ଭାବରେ

ତା କବିତା କୁ କରେ ପରିସ୍ଫୁଟ ବେଳେ ବେଳେ ସହଜ ସରଳ‌

ଭାଵଭାଷା କରେ ପ୍ରୟୋଗ

ବୁଝିବାକୁ ଲାଗେ ଭାରି ସହଜ

ବେଳେ ବେଳେ କବିର

ଗଭୀରତମ ପ୍ରଦେଶରୁ

ଆସୁଥିବା ଭାଷା ଶବ୍ଦ ଏତେ କଠିନ

ଏତେ ବ୍ୟାପକ ତା ଭିତରେ ପଶିବାକୁ

ସାଧାରଣ ପାଠକ ଙ୍କ ପାଇଁ

ହୋଇ ଯାଏ ଭାରି ଅସ୍ପଷ୍ଟ ।

ସେ ସେଥିରେ ପସି ଭାଷା ଶବ୍ଦର

ଅର୍ଥ ଖୋଜୁ ଖୋଜୁ ପାଠକ ଟି

ଓଲଟାଇ ଦିଏ ପୃଷ୍ଠାର ଦ୍ଵିତୀୟ ଭାଗ

ମନେ ମନେ କହି ଚାଲେ ଏ କବିତ୍ଵ ର ଭାଷା

କିଛି ପଶୁନି ମୁଣ୍ଡରେ.....

କେବଳ କବି ହିଁ ବୁଝିବ

ସେହି କବିତ୍ଵ ଭାଷାର ମହତ୍ୱ

ଏହା କୁ ହିଁ କୁହନ୍ତି କବିଙ୍କର

କବିତାର ରହସ୍ୟ.....।।।

,

ଅମ୍ବିକା ସ୍ୱାଇଁ


Rate this content
Log in