ଖୋଜୁଛି ଠିକଣା
ଖୋଜୁଛି ଠିକଣା
1 min
13.9K
ନିସ୍ତବ୍ଧ ରାତିର ଅମା ଅନ୍ଧାର
ନୀରବ ନିଥର ଗଗନ ର ଘର
ସେ ଭିତରେ ଖୋଜୁଛି ଠିକଣା ମୋର
ପାଉ ନାହିଁ କିଛି ଆଦି ଅନ୍ତ ତାର ।
ପିଣ୍ଡରୁ ପ୍ରାଣ ଟି ଛାଡିଗଲେ ମୋର
ମୋର ଆତ୍ମା ଟି ଯିବ ସରଗ ପୁର
କେଉଁଠି ରହିବ କେଉଁଠି ସେ ଘର
ଖୋଜି ପାଉ ନାହିଁ ଠିକଣା ତାର ।
ଖୋଜି ଖୋଜି ମୁଁ ହେଲେଣି ନୟାନ୍ତ
ପାଉନାହିଁ ହାତ ପାଉନାହିଁ କାତ
କେବଳ ଶୂନ୍ୟ ,ଶୂନ୍ୟ,ଶୂନ୍ୟ ଆକାଶ
ପଡୁଛି ଆଖିରେ ତରାଫୁଲ ହସ।
କେଉଁଠୁ ଆସିଛି କେଉଁଠି କି ଯିବି
ସମୟ ଆସିଲେ ଶୂନ୍ୟେ ହଜିଯିବି ।।
,
ଅମ୍ବିକା ସ୍ୱାଇଁ