STORYMIRROR

Ambika Swain

Others

3  

Ambika Swain

Others

ବହି

ବହି

1 min
459



ବହି ଏକ ଏମିତି ଉପାଦାନ

ନାହିଁ ତାହାର ତୁଳନା

ଯେତେ ଘୋଷି ମାଜି ପଢିବ ତାକୁ

ଜ୍ଞାନ ଦେବ ପ୍ରେରଣା ।।

ବହି କରେନି ଅନ୍ତର ପାନ୍ତର

ସଭିଙ୍କ ପାଇଁ ସମାନ

ତାକୁ ଯେ କରି ପାରିଲା ଆୟତ୍ତ

ସେ ରଖେ ତାର ମାନ ।।

ପାଠ ବହିରେ ନ ରହି ସୀମିତ

ଅନ୍ୟ ବହି ମଧ୍ୟ ପଢ଼

ପ୍ରତେକ ବହିରୁ ଜ୍ଞାନ ପାଇ ତୁମେ

ଜୀବନ କୁ ତୁମ ଗଢ ।।

ପୁରାଣ,ଭାଗବତ ରାମାୟଣ

ସବୁ ଜ୍ଞାନ ର ଭଣ୍ଡାର

ସେଥିରୁ କେତେ କଥା ଶିଖି ହୁଏ

ପଢିବା ଯେ ଦରକାର ।।

ନୀତିଶିକ୍ଷା ଆଉ ଗପ କାହାଣୀ

ପଢ଼ି ମନ ହୁଏ ତାଜା

ସେଥିରୁ ବି ମିଳେ ଜ୍ଞାନ ଆମକୁ

ପଢିଶୁଣି ଲାଗେ ମଜା ।।

ବହି ଅଟେ ଅନନ୍ୟ,ଅଜର,ଅମର

ନାହିଁ ତାର ପଟାନ୍ତର

କେତେ ଲିପିବଦ୍ଧ ଅଛି ସେଥିରେ

କର ତାକୁ ଆପଣାର ।।

ବହି ଶ୍ରେଷ୍ଠ ଧନ ଅଟେ ଆମର

ସଭିଙ୍କୁ ଦେଖାଏ ବାଟ

ଜୀବନକୁ ଗଢ଼େ କରି ସଫଳ

ପଢିବ ଯଦି ନକରି ମଠ ।।

ବହି ଅଟେ ଗୁଣୀ ଜ୍ଞାନୀ ଆମର

ତାକୁ କରୁଛି ନମନ

ବହିର କର ଜୟକାର ଧ୍ୱନି

ଯେ ରଖେ ସବୁରି ମାନ ।।

********

ଅମ୍ବିକା ସ୍ବାଇଁ, ଭୁବନେଶ୍ୱର,୯୭୭୭୫୯୯୬୯୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍