STORYMIRROR

Saudamini Tripathy

Inspirational

4  

Saudamini Tripathy

Inspirational

ପଣତ ପତାକା

ପଣତ ପତାକା

1 min
396


ଜୟ ମା ଶାରଳା    ଜୟ ବିମଳା

        ବିନ୍ଧ୍ଯାଚଳ ନିବାସିନୀ

କାଶ୍ମୀର ଠାରୁ  କନ୍ଯା କୁମାରୀ

       ଦେଶ ମାତୃ ସ୍ଵରୂପିଣୀ ।


           ଜୟ ଜଗତଜନନୀ

ନାନା ସ୍ଥାନେ ପୂଜା    ଉଡୁ ଅଛି ଧ୍ଵଜା

         ଜୟ ମା ଜନ୍ମ ଦାୟିନୀ ।


ଘରେ ଘରେ ତୁହି     ବିରାଜଉ ଦେବୀ

         ଭଗ୍ନୀ ପତ୍ନୀ ମା ରୂପେ

ତୋର ସ୍ନେହ ପ୍ରେମ    ଶୁଭ କାମନାରେ

         ସଂସାର ହସୁଛି ଭବେ ।

ପଣତ କାନିରେ     ପୋଛି ଦେଉ ଲୁହ

        ଝାଡି ଦେଉ ବାଲି ଧୂଳି


ପଣତ କାନିରେ       ଘୋଡାଇ ରଖୁ ମା

             ସନ୍ତାନ ସୁଖ ଅର୍ଦ୍ଦଳି

         ମା ସରଗ ଠାରୁ ବି ବଡ

ମା ସ୍ନେହ ମୟୀ  ଦୁର୍ଗା କାଳୀ ସାଜେ

           ସନ୍ତାନେ ଆସିଲେ ଝଡ଼ ।


 ସ୍ନେହ ବିଶ୍ବାସେ    ଜନ୍ମଦାତ୍ରୀ  ମୂର୍ତ୍ତୀ

         ଅଭୟ ମୃଦୁ ରୂପେଣ

ପଣତ କାନିରେ        ଝାଡି ଦିଏ ମା

         ଆତ୍ମୀୟ ସୁଖ ଲଭିଣ ।


ନଜର ନ ଲାଗୁ    କଷ୍ଟ ଦୂର ହେଉ

           ପରିବାର ସୁଖେ ସୁଖୀ

ସନ୍ତାନେ ଆଶିଷ     ସୁଖ କାମନାରେ

         ପଣତେ ଘୋଡାଇ ରଖି ।


ଜାୟା ରୂପେ ଦେଉ     ସୁଖ ସଂସାରରେ

          ପୁଷ୍ପ ବାସ ପଣତରେ

 କୋମଳ ପରଶ      ସୁଖ ମଧୁ ସ୍ପର୍ଶ

            ଶୁଭ ସୁଖ କାମନାରେ ।


ନିର୍ଭୟ ଢାଙ୍କୁଣୀ     ପଣତ କାନି ରେ

            ସୋହାଗୀନି ଭରସାର

ଜାତୀୟ ପତାକା     ଦେଶ ମାନ ରକ୍ଷା

              ପଣତ ସମ ଦେଶର ।


      ବିଶ୍ଵାସେ ପଣତେକାନି

ସନ୍ମାନ ଦେଶର     ସୁରକ୍ଷା ଶାନ୍ତିର

          ପତାକା ଗର୍ବ ଘୋଡଣୀ ।


ପ୍ରେମ ସମ୍ପର୍କକୁ    ବାନ୍ଧି ପଣତରେ

         ଦୁଃଖକୁ ଦମ୍ଭରେ ତଡି

ବିପଦ ଆପଦ       ଦୁଃଖ ସମୟରେ

         ପଣତେ ଦେଇ ମା ଝାଡି ।


      ମାଆ ଭଉଣୀ ସ୍ତ୍ରୀ ଏକ ରୂପେ

ସ୍ତ୍ରୀ ସୁଖ ଦାୟିନୀ     ଦୁଃଖ ନିଵାରିଣୀ

        ଭଗିନୀ ଜନନୀ ସର୍ବେ ।

କାନି ପରିଚୟେ  ବିବାହ ସମୟେ

            ଗଣ୍ଠୁଆଳେ ସମ୍ପର୍କର ।

ପଣତରେ ବାନ୍ଧି      ପରିଚୟ ସୀମନ୍ତି

         ବନ୍ଧନରେ ପରିବାର ।


         କୋମଳ ପରଶେ ମା

ସ୍ନେହ ବୋଳା କଥା     ଦୁଃଖକୁ ଏଡ଼ାଇ

        ତ୍ୟାଗ ମୂର୍ତ୍ତି ରୂପେ ସାହା ।


ପଣତ କଥା କି      ବର୍ଣ୍ଣନା କରିବି

          ମିଠା ସାଗରରେ ନାଆ ।

ଦେଶ ମାତୃକାର ସେବଇ ପୟର

          ଦେଶ ରକ୍ଷା କର୍ତ୍ତବ୍ଯ ରାହା ।          


ମାଆର ଆଞ୍ଚଳ       ଭଉଣୀର ସ୍ନେହ 

         ସ୍ତ୍ରୀ ପ୍ରେମରେ ବାନ୍ଧଇ

ନାନା ରୂପେ ସାହା      ଦୟାରେ ନିର୍ଭୟା

                ଭିନ୍ନ ରୂପେ ରହି ଥାଇ ।


ନୂଆ ବାହା ସ୍ତ୍ରୀ      ମାଆ  କୋଳ ଛାଡି

       କର୍ତ୍ତବ୍ଯ ଯୋଦ୍ଧା ସିପାହୀ

ହସି ହସି ପ୍ରାଣ   ବିସର୍ଜନ  କରେ

  ପତାକା ବକ୍ଷେ ଘୋଡାଇ।


          ପ୍ରେମ ବିଶ୍ଵାସ ସାଗର

ଜନନୀ ସମ ମାଆ       ଦେଶ ମାଟି ମାଆ

          ସଭିଙ୍କର ଆପଣାର


       ସ୍ନେହ ପଣତରେ ରଖେ ବାନ୍ଧି

 ଦେଶ ଜନ୍ମଭୂମି ରକ୍ଷା ସର୍ତ୍ତ ଧର୍ମି

          ପଣତେ ସଂପର୍କେ ବାନ୍ଧି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational