Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Tripathy

Classics

3  

Saudamini Tripathy

Classics

ସରସ୍ଵତୀ ମା

ସରସ୍ଵତୀ ମା

1 min
165


ବିଧାତା ନନ୍ଦିନୀ ମାତା ବିଣାପାଣୀ

  ବୁଦ୍ଧି ଜ୍ଞାନ ପ୍ରଦାୟିନୀ

ଶ୍ଵେତ ପଦ୍ମା ସ୍ଥିତା ଶ୍ଵେତ ବସ୍ତ୍ରlନ୍ୱିତl

     ମା ମରାଳ ବାହିନୀ l

ବିଷ୍ଣୁ ବିଳାସିନୀ ଦେବ ପୂଜାରିଣୀ

       ସରସ୍ଵତୀ ସୌଦାମିନୀ

ବେଦ ବିଳାସିନୀ ପୁସ୍ତକ ଧାରିଣୀ

  ସପ୍ତ ରାଗିଣୀ ଵର୍ଷିଣୀ l

 ମାଘ ମାହ ରେ ଶୁକ୍ଳ ପଞ୍ଚମୀରେ 

  ଋତୁ ରାଜ ବସନ୍ତରେ

ହଂସ ଋଢା ସ୍ଥିତା ସରସ୍ବତୀ ମାତା

 ବିରାଜନ୍ତି ଧରା ପରେ ।

କୁହୁ ତାନେ କୋକି ମଧୁ ତାନ ଫୁଙ୍କି

      ଚୂତ ପର୍ଣ୍ଣ ଆବରଣେ

ବଉଳର ବାସ ଧରା ମୁଖେ ହସ

   ଶୀତ କୋପ ନିଷ୍କ୍ରିୟଣେ ।

ଶୋରିଷ କୁସୁମ ହରିତ୍ ଗେଣ୍ଡୁ ସମ

  ଧରା ହରିତ୍ ରଙ୍ଗରେ

ଆନନ୍ଦେ ପୁରପଲ୍ଲୀ ଶିକ୍ଷା ଚାଟଶାଳୀ

      ମହାବିଦ୍ୟାଳୟ ସଂସ୍ଥାରେ।

ରଂଗ ନୃତ୍ୟ ଶାଳା ନାଟକ ପାନ୍ଥଶାଳା

    ଶାସ୍ତ୍ରୀୟ ସଂଗୀତ ଶିକ୍ଷା

ସରସ୍ବତୀ ଦାନ ପୂଜାରେ ଦିବ୍ଯ ଜ୍ଞାନ

     ମୂର୍ଖ ଜ୍ଞାନେ ପ୍ରବେଶିକା ।

କାଳିଦାସ କବି ଶ୍ରେଷ୍ଠ ମାନ୍ୟ କବି

   ମୂର୍ଖତା ଧୋଇ ଦୟାରେ

କବିସାରଳା ଦାସ ଶାରଦା ଆଶିଷ

    ମାନ୍ୟ ପ୍ରାପ୍ତି ଶ୍ରୀ କବିରେ l

ତୋର ଦୟା ବଳେ ମୂର୍ଖ ଲେଖନୀରେ

      ମୂକ ହୁଅଇ ବାଚାଳ

ସାତ ସିନ୍ଧୁ ଗିରି ଖ୍ଯାତ ସିଦ୍ଧି ଶିରୀ

       ମାନ୍ଯ ଦେଶେ ବିଦେଶର ।

ରାଜା ପୂଜା ପାଏ ଆପଣା ଦେଶରେ

       କବି ଦେଶ ବିଦେଶରେ

ଜ୍ଞାନ ବୁଦ୍ଧି ଦାତ୍ରୀ ଯୋଗ ସିଦ୍ଧି ଖ୍ୟାତି

         ମାଆଲୋ ତୋ ଦୟା ବଳେ ।

   

ଚାରୁ ଚିତ୍ର ସିଦ୍ଧି ଶିକ୍ଷାର ଅବଧି

      ନ ହୋଇ ସୀମିତ ସୀମା

ହିନ୍ଦୁ ଦେବ ସଂସ୍କୃତି    ଜ୍ଞାନ ଅଧିଷ୍ଠାତ୍ରୀ  

        ପାବନୀ ସରସ୍ଵତୀ ମା ।


ମାତା ସନାତନୀ ହରି ହୃଦ ବାସିନୀ

      ଅଜ୍ଞାନ ନିଶି ନାଶିନୀ

ବିଦ୍ଯା ପ୍ରଦାୟିନୀ ସାରସ୍ବତ ସେବିନୀ

        ଜ୍ଞାନ ଜ୍ୟୋତି ପ୍ରଦାୟିନୀ ।


Rate this content
Log in

Similar oriya poem from Classics