STORYMIRROR

Nrusingha Narayan Tripathy

Classics

4  

Nrusingha Narayan Tripathy

Classics

ଦେଖି ଚକାଆଖି ଆଖି ଯାଏ ଲାଖି

ଦେଖି ଚକାଆଖି ଆଖି ଯାଏ ଲାଖି

1 min
379


ଷୋଳହ କଳାରେ କାଳିଆ କଳାରେ

କଳାକୁ କଳନା କଳ୍ପିବା କଳରେ

ନାହିଁ ଉପମାନ ଉଣା ଉପମା ଯେ 

କିପରି ବର୍ଣ୍ଣିବି ପାଏନି ବର୍ଣ୍ଣ ଯେ ll


ଦର୍ଶନ କରିବା ପାଇଁକି କାଳିଆ

ଦାଣ୍ଡରେ ଭକତ ଚାତକେ ଚାହିଁଥା

ଅଧର ହସରେ ମୁରୁକି ହସିକି

କାଳିଆ ଦେଖଇ ଅନ୍ତର ଭକ୍ତିକି ll


ରତନ ବେଦୀରେ ଆନନ୍ଦେ ବସିକି

ରଙ୍ଗରେ ରଙ୍ଗେଇ ହୁଏ ସେ ପ୍ରୀତିକି

ଭାବରେ ବାନ୍ଧଇ ଭାବରେ ଡାକଇ

ଭକତ ଦେଖିଲେ ଅଧୀର ହୁଅଇ ll


ଆକର୍ଷେ ନୟନ ବୃତ୍ତିୟେ ଦେଖିଣ

ଜଗତ ଚଳାଅ ସଭିଙ୍କୁ ଶୁଣିଣ

 ଦେଖିବା କାରଣ ହୃଦୟ ବ୍ୟାକୁଳ

ଭକ୍ତର ଗୁହାରୀ ଶୁଣନ୍ତି ସକଳ ll


ଦେଖିକି ଆଖିକି ତୃପ୍ତି ଯେ ହୃଦୟ

ଛାଡ଼ିଯାଏ ମୋହ ସଂସାରର ଭୟ

ଏକତ୍ୱ ଚିନ୍ତନେ କାଳିଆ ଠାକୁର

ଅଟନ୍ତି ନିଜର ଆଉ ସବୁ ପର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics