Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Classics

4  

Jayashree Maharana

Abstract Classics

ସ୍ୱାର୍ଥରେ ବନ୍ଧା ଶ୍ରେଷ୍ଠ ଜାତି

ସ୍ୱାର୍ଥରେ ବନ୍ଧା ଶ୍ରେଷ୍ଠ ଜାତି

1 min
239


ମୋହମାୟାର ଏ ସଂସାର ।   ଗଢିଛ କିମ୍ପାଇଁ ଈଶ୍ୱର  ।।


ସ୍ୱାର୍ଥରେ ବନ୍ଧା ଶ୍ରେଷ୍ଠ ଜାତି ।  ମନୁଷ୍ୟ ରୂପେ ତା'ର ଖ୍ୟାତି । ।


ସମ୍ପର୍କ ନାମରେ କପଟ ।     ଧନସମ୍ପଦ ପାଇଁ ନାଟ  ।।


ସମ୍ପଦ ବେଳେ ସର୍ବସଖା ।    ବିପଦେ ନ ଦିଅନ୍ତି ଦେଖା ।।


ଧନୀକ ପାଏ ଯେ ଆଦର ।    ବଡିମା ଦେଖାଇ ତାହାର ।।


ସାହାଯ୍ୟ ପାଇବା ଆଶାରେ ।  ବାନ୍ଧନ୍ତି ଆପଣା ପଣରେ ।।


ଦୋଷକୁ କରି ଅଣଦେଖା ।    କରନ୍ତି ବନ୍ଧୁତାର ଭିକ୍ଷା ।।


ସମ୍ପଦ ନୁହେଁ ସ୍ଥିର କେବେ ।   ହରାଇଦିଏ କିଏ ଯେବେ ।।


ସମ୍ପର୍କ ପଡ଼ିଯାଏ ଫିକା ।    କାହାକୁ ନ ମିଳଇ ଦେଖା ।।


ଆଳ ଦେଖାଇ ହ୍ୱନ୍ତି ଦୂର ।   ଦେଖାନ୍ତି ବିଚିତ୍ର ବେଭାର ।।


କାହିଁକି ଏମିତି ବିଚାର  ।    ଖୋଜିଲେ ନମିଳେ ଉତ୍ତର ।।


ସ୍ୱାର୍ଥରୁ ମୁକତି କେମନ୍ତେ ।  ସୃଷ୍ଟିର ନାଥ କୁହ ମୋତେ ।।


କରୁଣା ରାଶି ଢାଳିଦେଇ ।   ସ୍ୱାର୍ଥକୁ ବିନାଶ ଗୋସାଇଁ ।।


ନ ରହୁ କା' ମନେ କପଟ ।   ନିଃସ୍ୱାର୍ଥ ସମ୍ପର୍କ ଅତୁଟ ।।


Rate this content
Log in

Similar oriya poem from Abstract