ରାତ୍ରୀ ଗୋ
ରାତ୍ରୀ ଗୋ
ରାତ୍ରୀ ଗୋ' ତୁମେ
ସୁପ୍ତ ନୟନର
ବାସ ବାସନାର ମିଳନ ଛନ୍ଦା
ରାତ୍ରୀ ଗୋ' ତୁମେ
ସୁହାଗ ସିନ୍ଦୂର
ପ୍ରଣୟ ପିଆସୀ ରଜନୀ ଗନ୍ଧା ।
ରାତ୍ରୀ ଗୋ' ତୁମେ
ମଧୁପ ମଞ୍ଜରୀ
ପ୍ରୀତି ପ୍ରଣୟିନୀ ଅଳସୀ ତନ୍ଦ୍ରା ।
ରାତ୍ରୀ ଗୋ' ତୁମେ
ସରସୀ ,ରୂପସୀ
କଳ କଳ ଛନ୍ଦ ଅଳକା ନନ୍ଦା ।
ରାତ୍ରୀ ଗୋ' ତୁମେ
ମୁଗ୍ଧ ପ୍ରଣୟିନୀ
ମୁଦ୍ରିତ ନୟନେ ସୁନେଲି ସ୍ୱପ୍ନ ।
ରାତ୍ରୀ ଗୋ' ତୁମେ
ବର୍ଣ୍ଣ ବିଳାସିନୀ
ସ୍ନିଗ୍ଧ ରୂପମୟୀ ଅଳସି ଜହ୍ନ ।
ରାତ୍ରୀ ଗୋ' ତୁମେ
ନିଃଶବ୍ଦ ପ୍ରହରୀ
କାଉଁରୀ ସ୍ପର୍ଶର ମଦିରା ନିଶା ।
ରାତ୍ରୀ ଗୋ' ତୁମେ
ମୃଦୁ ମନ୍ଦହାସୀ
ପ୍ରକୃତି ପ୍ରତିମ କ୍ଷଣିକ ଆଶା ।
