Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er Subhransu Kumar Behera

Abstract Classics Others

4  

Er Subhransu Kumar Behera

Abstract Classics Others

ମୋ ବୁକ୍ ସେଲ୍ଫର ନୂଆ ଅତିଥି

ମୋ ବୁକ୍ ସେଲ୍ଫର ନୂଆ ଅତିଥି

1 min
236



ଅବୋଧ ନରଟି କି ରଞ୍ଜିତ

ଭାବରେ କି ମୁଗ୍ଧ ହୁଏ ,

ଅନ୍ୟଥା ଅସତ୍ୟ ନୁହେଁ

ଚେତନାକୁ ଜନ୍ମ ଦିଏ ,

ରକ୍ତର ନ ହୋଇ ଆତ୍ମୀୟ

ବଢାନ୍ତି ତୀବ୍ରତା ରକ୍ତର ...

ପାଇ କି ସାନିଧ୍ୟ ... ଏ ନୂଆ ଅତିଥିର !

ଅଳ୍ପ କିଛି ଆକଳନ

ମୁହଁରୁ ବି କରି ହୁଏ ,

ଅସୁମାରୀ ପ୍ରେମ ଭାବ

ଅନ୍ତର ଆବୋରି ଥାଏ ,

ଅକ୍ଷତ ତା ପ୍ରତିଶୃତି

ତୁଟିଯାଏ ଭ୍ରମର ପ୍ରାଚୀର ...

ପାଇ କି ସାନିଧ୍ୟ ... ଏ ନୂଆ ଅତିଥିର !

ଚପଳ ମନଟା କାହିଁ

ତା ଶରୀର ଶୁଙ୍ଘୁଥାଏ ,

କାଗଜ ଓ ଲିପିଙ୍କର

ପ୍ରେମ ବାସ୍ନା ବୋଧ ହୁଏ ,

ତନୁ ମଧୁ ଗନ୍ଧ ନେଇଥାଏ

ଥରେ ନୁହେଁ ବାରମ୍ବାର ...

ପାଇ କି ସାନିଧ୍ୟ ... ଏ ନୂଆ ଅତିଥିର !

ଅଂଗେ ଧୂଳି ଲାଗିଗଲେ

ଆଦରରେ ଝାଡି ଦିଏ ,

ସାଂଗ ସାଥି ମେଳେ ତାକୁ

ଯତନରେ ରଖିଥାଏ ,

ଗୋପନରେ ବାସୁଥିବା

କମଳଟେ କୃତି ଯେ ସ୍ରଷ୍ଟାର ...

ପାଇ କି ସାନିଧ୍ୟ ... ଏ ନୂଆ ଅତିଥିର !

ଅନ୍ଧକାର କ୍ଳୀଷ୍ଟ ପଥ

ଜୀବନରେ ଘେରିଥାଏ ,

ନିଶାର ନିସ୍ତବ୍ଧ ପଥେ

ସଂଗତରେ ଛିଡ଼ା ହୁଏ ,

ଜ୍ୟୋସ୍ନାକୁ ବିଛାଡି ଦେଇ

କରିଥାଏଟି ନିଡର ....

ପାଇ କି ସାନିଧ୍ୟ ... ଏ ନୂଆ ଅତିଥିର !

ଅସ୍ତବ୍ୟସ୍ତ ଏ ଚେତନା

ରୁଦ୍ଧିମନ୍ତ ହୋଇଥାଏ ,

ନାନା ଶୋକ ପ୍ରତିହତେ

ପ୍ରେରଣା ଯେ ଭରିଦିଏ ,

ଶୁଷ୍କ ତପ୍ତ ମରୁର ପ୍ରାନ୍ତରେ

ସାଜେ ଅବା ମେଘର ମହ୍ଲାର ...

ପାଇ କି ସାନିଧ୍ୟ ... ଏ ନୂଆ ଅତିଥିର !

        


Rate this content
Log in

Similar oriya poem from Abstract