STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ରମାୟଣ ସାର

ରମାୟଣ ସାର

1 min
23.5K

ମନୁଷ୍ୟତ୍ୱର ସେ ଏକ ଜୀବନ୍ତ ପ୍ରତୀକ,

ରାମାୟଣ ଜୀବନର ସଚ୍ଚା ପଥ ପ୍ରଦର୍ଶକ ।୧।

ତ୍ୟାଗ, ବଳିଦାନର ଏ ମୂର୍ତ୍ତ ଉପାଖ୍ୟାନ,

ଜୀବନର ସଂଜ୍ଞା ସତେ ପୂର୍ଣ୍ଣ ଜାଜ୍ଜ୍ଵଲ୍ୟମାନ ।୨।


ଯୌବନ, ସମ୍ପତି, ଧନ ଯଶ ଓ ପ୍ରଭୁତ୍ୱ,

ସବୁ ଥାଇ ବି ସେ ଥିଲେ ଅହଂକାର ମୁକ୍ତ ।୩।

ବୀରତ୍ବ ଓ ନମ୍ରତାର ଅପୂର୍ବ ସଂଯୋଗ,

ବିବେକ, ବୁଦ୍ଧିର କି ଚାତୁରୀ ପ୍ରୟୋଗ ।୪।


ପ୍ରତିଟି ସମ୍ପର୍କର ନିୟନ୍ତ୍ରିତ ସୁରକ୍ଷା,

ପ୍ରତିକୂଳ ସ୍ଥିତିରେ ବି ମର୍ଯ୍ୟାଦାର ଦୀକ୍ଷା ।୫।

ଶତ୍ରୁଠାରୁ ବି ଜ୍ଞାନ ଆହରଣର ସୂତ୍ର,

ଶତ୍ରୁତାର ବହୁ ଉର୍ଦ୍ଧ୍ବରେ ଥିଲା ଯୁଦ୍ଧ କ୍ଷେତ୍ର ।୬।


ପ୍ରଭୁତ୍ୱ-ଅଭିଳାଷ ମୁକ୍ତ ଥିଲା ସେ ରାଜତ୍ୱ,

ସିଂହାସନ ସ୍ବୀକାରିଥିଲା ପ୍ରଜାର ଦାସତ୍ୱ ।୭।

ଭୋଗର ପ୍ରାଚୁର୍ଯ୍ୟରେ ସେ ଆଦର୍ଶ ତପସ୍ୱୀ,

ଆସକ୍ତିର ବହୁ ଉର୍ଦ୍ଧ୍ୱେ ସେ ଥିଲେ ରାଜର୍ଷି ।୮।


ଭକ୍ତ ପ୍ରମାଣିତ କଲେ ପ୍ରଭୁନାମର ମହିମା,

ସମର୍ପଣର ସୁତ୍ରେ ସିଦ୍ଧ ପ୍ରଭୁଙ୍କ ବଡ଼ିମା ।୯।

ପ୍ରତିଟି ଦୃଶ୍ୟ ତାର ଜୀବନର ମାର୍ଗଦର୍ଶିନୀ,

ମନୁଷ୍ୟତ୍ୱର ଆଧାର ସେ ମୂର୍ତ୍ତ ସଂଜୀବନୀ ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract