Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Inspirational Others

4  

Anita Dash

Abstract Inspirational Others

ଦିବ୍ୟଜ୍ଞାନ ଦିଅ ହରି🙏

ଦିବ୍ୟଜ୍ଞାନ ଦିଅ ହରି🙏

1 min
292



ଷୋଡ଼ଶ ସମ୍ଭାର ପୂଜା ଉପଚାର

ବହୁବିଧେ ଆପଣେଇ ,

ବରାମାସେ ତେର ଓଷା ଉପବାସେ

ଅନ୍ନ-ଜଳ ତେଜି ଦେଇ ।


ସଂସାର ଯାକର ତୀର୍ଥସ୍ଥଳୀ ବୁଲି

ଅରଜୁ ଅଛେ ଧରମ,

ପୂଣ୍ୟବନ୍ତ ବୋଲି ମନେ ଦମ୍ଭ ବୋହି

ଲୋଡୁ ସରଗର ଧାମ।


ଦୟା ଚକ୍ଷୁ ମେଲି ଦେଖି ନାହୁଁ ଯଦି

ଭୋକର ଭୂଗୋଳ ଖୋଲି ,

ଆସେ ପାଶେ କେତେ ଆପଣାର ମୁଖେ

ଦାନା ନାହିଁ ପେଟ ଖାଲି ?


ଖିର-ଲହୁଣୀକୁ ଯୋଗାଡି ରଖୁଛୁ

ଖିରାଭିଷେକର ଲାଗି ,

ପୁଷ୍ଟିହୀନତାରେ ଶହ ଶହ ଶିଶୁ

ଆଖି ହୋଇଯାଏ ମୁଦି !


ମନ୍ଦିର, ମସଜିଦ, ଗୁରୁଦ୍ୱାରେ ନେଇ

ସୁବର୍ଣ୍ଣ ମାଣିକ ପୋତ,

ମୁଣ୍ଡ ଗୁଞ୍ଜିବାକୁ କେତେ ଅରକ୍ଷିତ

ଲୋଡ଼ନ୍ତି ଆକାଶ ଛାତ !


ଈଶ୍ବର ଅସୀମ ସର୍ବବ୍ୟାପି, ସିଏ

ସକାଳ ଘଟରେ ସ୍ଥିତ,

ଜୀବନ୍ତ ଈଶ୍ବର ଅନାହାରେ ମଲେ

ପାଷାଣ ହେବେକି ତୃପ୍ତ ?


ମାନବର ସେବା ମାଧବର ସେବା

ସବୁ ଧର୍ମ ମର୍ମବାଣୀ,

ମରମ ନବୁଝି ଧରମ ଅରଜି

ବୋଲାଉଛେ ଦିବ୍ୟଜ୍ଞାନୀ !


ଜାଗ-ଯଜ୍ଞ-ତିଥି , ପୂଜନର ବିଧି

ଦିଏ ପଛେ ମୁଁ ପାଶୋରି,

ପ୍ରାଣୀ ଦୁଃଖ ଦେଖି କାନ୍ଦୁ ଥାଉ ପ୍ରାଣ

ଦିବ୍ୟ ଜ୍ଞାନ ଦିଅ ହରି ।

***********************


Rate this content
Log in

Similar oriya poem from Abstract