ଯାଯାବର
ଯାଯାବର
ରାସ୍ତା ରୁ ରାସ୍ତା ବୁଲୁ ମୁଁ ଥାଏ
ଗାଁ ବାଟରୁ ସହର,
ଆପଣା କେହି ନାହିଁଯେ ମୋର
ମୁଁ ଗୋଟେ ଯାଯାବର ।୧।
ନୀଳ ଆକାଶ ମୋ ପାଇଁ ଛାତ
ଧରଣୀ ବୁକୁ ସେଜ,
ବରଷା ପାଣି ଧୁଏ ମୋ ଦେହ
ପତ୍ର ଲୋଚାଏ ଲାଜ ।୨।
ନୁଖୁରା କେଶ ଚମଡା ଶୁଷ୍କ
ରୂପଟି କାଦକାର,
ଫଟା ପାଦରୁ ରକତ ଝରେ
ଭୋକେ ମରେ ଉଦର ।୩।
>ଅଇଁଠା ଥାଳି ଗୋଟାଇ ଖାଏ
ସାଥୀ ମୋର କୁକୁର,
ଅଦରକାରୀ ଜିନିଷ ଭଳି
ପାଉଁ ଥାଏ ଠୋକର ।୪।
ଦଇବ ମାଡ଼ ପଡିଛି ଭାଗ୍ୟେ
ପାରୁନାହିଁ ଯେ ଖଟି,
ନାନା ରୋଗରେ ପୀଡ଼ିତ ମୁହିଁ
ପେଟ ଛୁଇଁଛି ପିଠି ।୫।
ଆଦରେ କେହି ଡାକି ନାହାନ୍ତି
ଗୁଡ଼ାନ୍ତି ଚୋର ଭାବି,
ସନ୍ଦେହ ଘେରେ ଜୀବନ କଟେ
କାହାକୁ ଦୋଷ ଦେବି ।୬।