STORYMIRROR

SIBENDU SARASWATA PANDA

Abstract Others

3  

SIBENDU SARASWATA PANDA

Abstract Others

ନାରୀ

ନାରୀ

1 min
245

କେତେବେଳେ ତୁ'ଯେ ମାତା ରୂପ ଧରି

ଜାଳି ମନ୍ଦିରରେ ଦୀପ,

ପୂରଣ କରୁ ସଦା ଅଳି ଅର୍ଦଳିକୁ

ପେଟେ ଥାଉ ପଛେ ଭୋକ।

କେତେବେଳେ ପୁଣି ଅଟୁ ତୁ ଭଉଣୀ

ଭାଇର ଗଳାର ମାଳି,

ଭାବନା ତୋହର " ନିଜେ କଷ୍ଟସହେ

ଭାଇକୁ ନପଡୁ ଗାଳି।"

କେତେବେଳେ ତୁହି ଅଟୁ ଯେ ଦୁହିତା

ପିତାଙ୍କର ସୁନା ପରୀ,

ପୁଅ ପଛେ ଯାଏ ବାପାଙ୍କୁ ଛାଡିଣ

ସିଏ ନପାରାଇ ଛାଡି।

ସେଇ ନାରୀ ପୁଣି ବୁଢୀ ମା ହୋଇଣ

ଖୋଲିଦିଏ ଗପ ପେଡ଼ି,

ସ୍ନେହ ବାଣ୍ଟିଥାଏ ସଭିଙ୍କ ପିଲାଙ୍କୁ

ପାତର ଅନ୍ତର ଛାଡି।

କେତେବେଳେ ନାରୀ ପ୍ରିୟତମ ପାଶେ

ବସେ ପ୍ରିୟତମା ସାଜି,

ମୃଦୁ ମଳୟରେ ମନର ଆବେଗ

କହିଦିଏ ଅଳ୍ପ ହସି।

ନାରୀ କେତେବଳେ ବଧୂଟିଏ ସାଜି

ଶାଶୁର ରଖେ ଅଝଟ,

ଏଇ ନାରୀ ପୁଣି ଉଗ୍ର ହୋଇଗଲେ

ଘରେ ସୃଷ୍ଟିକରେ ଫାଟ।

ନାରୀର ସଂଜ୍ଞାକୁ କିଏ ବା ଦେଇଛି

ନା କିଏ ପାରିବ ଦେଇ,

ପୁରୁଷର ସମ ନାରୀ ସଦାବେଳେ

ପ୍ରତି କାର୍ଯ୍ୟେ ଥିବ ରହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract