STORYMIRROR

SIBENDU SARASWATA PANDA

Classics

3  

SIBENDU SARASWATA PANDA

Classics

ଆହେ ଜଗନ୍ନାଥ

ଆହେ ଜଗନ୍ନାଥ

1 min
205

ହେଲାଣି ପ୍ରଭାତ ଉଠ ଜଗନ୍ନାଥ

ଦରଶନ ତୁମ୍ଭ ଦିଅ,

ଅଳସ ଲଗାଇ କିଆଁ ଶୋଇଅଛ

ଜଗତର ବଡଦିଅଁ।

ରାବିଲେଣି କାକ ହେଲାଣି ପ୍ରଭାତ

ସିଂହଦ୍ଵାର ଦିଅ ଖୋଲି,

ବଡଦାଣ୍ଡେ ଉଭା ଶହ ଶହ ଭକ୍ତ

ତୁମ୍ଭକୁ ଦେଖିବେ ବୋଲି।

ପଣ୍ଡା ପଢିହାରୀ କଲେଣି ଗୁହାରୀ

ଉଠ ହେ ଜଗତପତି,

ବେଳ ହୋଇଲାଣି ହୋଇବ ତୁମ୍ଭର

ଦେବ ଦରଶନ ନୀତି।

କେଉଁ କାମ କରି ଯାଇଛ ଯେ ଶୋଇ

ଉଠ ଜଗନ୍ନାଥେ ଉଠ,

ଭକତ ତୁମର ଚାହିଁ ବସିଛନ୍ତି

ଜଣାଇବେ ତାଙ୍କ ଦୁଃଖ।

ଅଗତିର ଗତି ହେ କଳା ମୂରତି

ଖୋଲିଦିଅ ସିଂହଦ୍ଵାର,

ତୁମ୍ଭ ମୁଖ ଚାହିଁ ଧନ୍ୟ ହେବି ମୁହିଁ

ପତିତ ହେବି ଉଦ୍ଧାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics