STORYMIRROR

SIBENDU SARASWATA PANDA

Tragedy Fantasy

4.0  

SIBENDU SARASWATA PANDA

Tragedy Fantasy

ମଶାଣିର ଅଟ୍ଟହାସ୍ୟ

ମଶାଣିର ଅଟ୍ଟହାସ୍ୟ

1 min
225

ହୃଦେ ଅହଙ୍କାର ଆଭୂଷଣ କରି 

ଗର୍ବ କରୁ ଧରି ଯଶ,

ମଶାଣି ଭୂଇଁଟି ଅଟ୍ଟହାସ୍ୟ କରେ

ଦେଖି ମଣିଷ ପାଉଁଶ।


କି ପାଇଲୁ ତୁହି ପରନାମେ କହି

କି ଅବା ଯିବୁ ତୁ ନେଇ

ତ୍ୟଜି ଉପକାର କରୁଛୁ ଗରବ

ଧନ ସମ୍ପତ୍ତି ଦେଖାଇ।


ଟିକେ ଉପକାର କରିଥିଲେ ପରା

ଚାରିପାଖେ ଥା'ନ୍ତେ ନର,

ଅହଙ୍କାର ରଖି କ'ଣ ତୁ ପାଇଲୁ

ପାଖେ ଖାଲି ପରିବାର।


ସାମାନ୍ୟ ସାହାଯ୍ୟେ ମୁଖେ ବଞ୍ଚିଥାନ୍ତୁ

ବର୍ଷ ବର୍ଷ କାଳ କାଳ,

ଭାବୁଛୁ କି ତୁହି ସ୍ଵଜନଙ୍କ ମନେ

ରହିଥିବୁ ଚିରକାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy