ସାୟନ୍ତନେ ତୁଷାର
ସାୟନ୍ତନେ ତୁଷାର
ସାୟନ୍ତନେ ତୁଷାର ର ଆସ୍ତରଣ ଦେଖ ,
ଚତୁର୍ଦ୍ଦିଗ ଧୂମ୍ରମୟ ବସନ ର ଭେକ ।
ଦେଖୁଁ ଦେଖୁଁ ନାରଙ୍ଗିଣି ସୂରୁଜ ପୂରୁବେ ,
ହାସ୍ୟ ହାସ୍ୟ ବଦନ ରେ ବିଦାୟ ଯେ ନେବେ ।
ଉତ୍ତର ରୁ ସମୀରଣ ହିମବାହ ଘେନି ,
ଅସ୍ତି ଭଗ୍ନ ଅତି ମୃଦ ଗନ୍ଧବାହ ଆଣି ।
ପଲ୍ଲୀ ପ୍ରକୃତିରେ ଭରେ ଅନନ୍ୟ ସମ୍ଭାର ,
ଚିତ୍ର ଚରିତ୍ର କଥା ମନୋରମ ଅପାର ।
ଏକ ସ୍ଥାନେ ଏକତ୍ରୀତ ହୋଇ ଯେ ବସନ୍ତି ,
ଶୁଷ୍କ କାଷ୍ଠ ଆଣି ଜନ ଅଗ୍ନି ପଣି ହ୍ଵନ୍ତି ।
ନାନା ରଙ୍ଗ ଶୀତ ବସ୍ତ୍ର ଧାରଣ ଯେ କରି ,
ସର୍ବେ ନିଜ ନିଜ ଗୃହେ ଦରଜା ଆବୋରି ।
ଉପଭୋଗ ନାହିଁ ଆଉ ଜହ୍ନ ରାତି ଜ୍ୟୋତ୍ସ୍ନା ,
ଜ୍ୟୋତିର୍ବିଦ ମାନଙ୍କ ର କ୍ଷୁଦ୍ର ଆନମନା ।
କେହି ଆଉ ଚାହୁଁ ନାହିଁ ଝରକା ଫାଙ୍କରେ ,
ବାଦଲ ର ସଙ୍ଗେ ଜହ୍ନ ଯେଉଁ କ୍ରୀଡା କରେ ।
ମୁଦ୍ଗର ଶିଶିର ଦେଖ କେଡେ ସେ ଚଞ୍ଚଳ ,
ଚଞ୍ଚଳତା ଘେନି ମଞ୍ଚେ ହୋଇଲାଣି ଠୁଳ ।
ପାବମାନ ଲହରୀରେ ଦେହ କୁ ଆବୋରି ,
ସ୍ତବ୍ଧ କରେ ହିମ ସବୁ ପ୍ରାଣୀ ଙ୍କୁ ଆଦରି ।
କାର୍ତ୍ତିକ ମାର୍ଗଶିର ପୌଷ ମାଘ ମାସରେ ,
ଶୀତ ସହ କୁକେଳିକା ଥାଏ ମଞ୍ଚ ପୁରେ ।
ନାନା ଜାତି ଫସଲ ର ଥାଏ ସମାହାର ,
ଶୁଷ୍କ ଦିନ ବାରି ସର୍ବେ କରନ୍ତି ବିହାର ।
ନାନା ସ୍ଥାନ ମାନ ସର୍ବେ ଯାତ୍ରା କରିଥାନ୍ତି ,
ଉଲ୍ଲାସ ର ଦିନ ସର୍ବେ ଉଲ୍ଲାସ ଯେ ଥାନ୍ତି ।
ଦିନ ଦରଦ ର ବାର୍ତ୍ତା କିପରି ବର୍ଣ୍ଣିବି ,
କଷଣ ଯେ କ୍ଷଣ କ୍ଷଣ କିପରି ଛନ୍ଦିବି ।
ଦିନ ହୀନ ଦରିଦ୍ର ଯେ ନାହିଁ ତା ଛପର ,
କୁଡିଆ ର ମଧ୍ୟେ ଦେଖେ ଜହ୍ନ ଠୁ ଅନ୍ତର ।
ଥର ଥର ପବନ ଯେ ଦେହ କୁ ଥରାଏ ,
କଠୋର ଏ ହିମବାହ ହୃଦୟ ଡରାଏ ।
ନାହିଁ ମୋର ବସନ ଯେ ଦେହ ଢାଙ୍କିବା କୁ ,
ଫୁଙ୍ଗୁଳା ରେ ଯୁଦ୍ଧ କରେ ଶୀତ ରୋକିବାକୁ ।
କଠୋରତା କେଡେ ଦେଖ ନିଷ୍ଠୁର ତା ରୂପ
ଦୁଃଖୀ ରଙ୍କିଙ୍କର ଦୁଃଖ ଶୀତ କି ବୁଝିବ ।
ପଥ କଡେ ଶୋଇ ଅଛୁ କେଡେ ସେ କାରୁଣ୍ୟ ,
ଅସ୍ଥିଭଗ୍ନ ଶୀତ ଆହାଃ କେଡେ ସେ ଦାରୁଣ ।
ସନ୍ଧ୍ୟା ଆଗମନ ଦେଖି ଚିନ୍ତା ମୋର ବଢେ ,
ରାତ୍ର ମୋର କାଟିବାକୁ ଭୟାତୁର କେଡେ ।
ଜୟ ଜଗନ୍ନାଥ ।
