Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIBENDU SARASWATA PANDA

Classics

4  

SIBENDU SARASWATA PANDA

Classics

ମହା ଶିବରାତ୍ରି

ମହା ଶିବରାତ୍ରି

1 min
5



ଫାଲ୍ଗୁନ ମାସର  କୃଷ୍ଣ ଚତୁର୍ଦଶୀ

ମହା ଶିବରାତ୍ରି ନାମ,

ଉଜାଗର ରହି    ଜାଳିବି ପ୍ରଦୀପ

ଯାଇ ଶିବଙ୍କର ଧାମ |


ହେ ଭୋଳା ଶଙ୍କର   ପାର୍ବତୀଙ୍କ ବର

ଗଳାରେ ପନ୍ନଗ ଧାରୀ,

ଆହେ ଗଙ୍ଗାଧର ପାଦେ ମୁଁ ତୁମ୍ଭର

କରୁଛି ଆଜି ଗୁହାରୀ |


ଶିରେ ଜଟା ଧର   କର୍ଣ୍ଣରେ କୁଣ୍ଡଳ

ଭୂଷଣ ରୁଦ୍ରାକ୍ଷ ମାଳ,

ଚର୍ମ ପରିଧାନ  ଭସ୍ମ ବିଲେପନ

ପ୍ରିୟ ଅରଖର ମାଳ |


ଶଙ୍ଖ ଶ୍ରଦ୍ଧାକାରୀ  ତ୍ରିନୟନ ଧାରୀ

ପ୍ରିୟ ତାଣ୍ଡବ ନୃତ୍ୟର,

କପିଳାସ ବାସୀ   କାର୍ତ୍ତିକ ପିତାଶ୍ରୀ

ପ୍ରଣାମ ହେ ମହେଶ୍ୱର |


ବୃଷବ ବାହାନ  ଭୁବନ ଭ୍ରମଣ

ତିନି ଲୋକର ଠାକୁର,

ଭକ୍ତ ମନ ଜାଣି  ଦିଅ ଶୁଳ ପାଣି

ଯେ ଯାହା ମାଗଇ ବର |


ତୁମ ଚତୁର୍ଦଶୀ   ଉଜାଗରେ ଅଛି

ପୂଜୁଛି ତୁମ ପୟର,

ସଂସାରର ଦୁଃଖ  ହେ ମହା ଈଶ

କରି ନିଅ ପ୍ରଭୁ ଦୂର |


ଜୟ ଦେବ ହର  ତ୍ରିଲୋକ ଠାକୁର

ଦେବ ଦେବ ମହାଦେବ,

ପଶିଲି ଶରଣ    ଆହେ ପଞ୍ଚାନନ

ବନ୍ଧନୁ କର ଉଦ୍ଧାର |



Rate this content
Log in

Similar oriya poem from Classics