STORYMIRROR

SIBENDU SARASWATA PANDA

Classics

4.0  

SIBENDU SARASWATA PANDA

Classics

ଜଗା ତୋତେ ଦେଖିବି ବୋଲି

ଜଗା ତୋତେ ଦେଖିବି ବୋଲି

1 min
136

ଜଗା ତୋତେ ଦେଖିବି ବୋଲି

ତାଳଚେରୁ ପୁରୀ ଆସିଛି ଚାଲି,

ଚକା ଆଖି ଦେଖିବ ବୋଲି

ମନ ମୋ ଉଚ୍ଛନ୍ନ ହେଲାଣି ଖାଲି,

ଦେ ତୋର ପୁଣ୍ୟ ଦର୍ଶନ,

ଧନ୍ୟ ହେଉ ମୋର ଜୀବନ,

ଡାକି ନେଇ ତୋ ଦୁଆରେ

ସରଧା ବାଲି ଦେ ବୋଳି,

ଜଗା ତୋତେ ଦେଖିବି ବୋଲି

ତାଳଚେରୁ ପୁରୀ ଆସିଛି ଚାଲି।

ତୁ ଭକତ ପ୍ରେମୀ ମୁଁ ଅଟେ ଅଧର୍ମୀ

ଥରେ ମୋତେ ଦେ ଦେଖା,

ତୁ ବନାଉ ପଥ ମୁଁ ଯାଏ କୁପଥ

ହୋଇଯା ତୁ ମୋ ସଖା,

ଦେ ଥରେ ଆଶିଷ ତୋର,

ବନି ଯାଏ ଚାକର ତୋର,

ତୋ ମନ୍ଦିରେ କାମ କରି

ଯିବି ମୁଁ ସରଗ ଚାଲି,

ଜଗା ତୋତେ ଦେଖିବି ବୋଲି

ତାଳଚେରୁ ପୁରୀ ଆସିଛି ଚାଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics