Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIBENDU SARASWATA PANDA

Classics

4.5  

SIBENDU SARASWATA PANDA

Classics

ଫଗୁଣ ଖୋଜୁଛି ଠିକଣା ତା'ର

ଫଗୁଣ ଖୋଜୁଛି ଠିକଣା ତା'ର

1 min
15



ଚତୁଃର୍ଦିଗ ଆଜି ସବୁଜ ଶ୍ୟାମଳ

ଆମ୍ବ ବଉଳର ହସେ,

ଧରଣୀ ରାଣୀଟି ନାନା ପୁଷ୍ପେ ଆଜି

ସୁନ୍ଦରୀ ତରୁଣୀ ଦିଶେ |

ଶୀତର ଲହରୀ ରୁଷି ଚାଲିଗଲା

ବସନ୍ତର ଆଗମନେ,

ଫଗୁଣର ଫଗୁ ରଙ୍ଗେଇବା ପାଇଁ

ଅଙ୍କୁରିତ ଧରା ଧାମେ |

ରଙ୍ଗ ବେରଙ୍ଗର ପ୍ରସ୍ଫୁଟିତ ଫୁଲେ

ଫୁଲେଇ ପରଜାପତି,

ମଳୟ ପବନ ଲଗାଇ ଦହନ 

ଜଳାଏ ପ୍ରେମିକ ଛାତି |

ରଙ୍ଗୀନ ସ୍ୱପ୍ନରେ ଭିଜିଯାଏ ମନ

ଶୁଭେ କାକଳିର ସ୍ୱର,

ପ୍ରତିଧ୍ୱନି ଆସେ ବାସ୍ତବତା ଦିଶେ

ପ୍ରତିଛାୟା ଏ କାହାର |

ଋତୁଚକ୍ର ତୁମେ ବହିନେଇଗଲ

ପାଞ୍ଚ ଋତୁ ଅନୁପ୍ରାଣେ ,

ବସନ୍ତ ପାଇଁକି ଠିକଣା ହଜିଛି

ଖୋଜୁଛି ସେ ପ୍ରତିକ୍ଷଣେ |

ଆମ୍ବ ବଉଳରେ ଅଛି କି ତା ନାମ

ଅଛି କି ପୁଷ୍ପର ବାସେ,

କୋଇଲି ସୁର କି ଦିଏ ତା ବାରତା

ଅବା ପ୍ରେମିକାର ହସେ|

ପାଉନି ଠିକଣା କରେ ମନଊଣା

ଫୁଲେଇ ଫଗୁଣ ଆଜି,

ସତେ କି ତା ଫଗୁ ହେଲା ବାଟବଣା

ପାଉନାହିଁ ରାସ୍ତା ଖୋଜି |

ଦେଖାଇ ଦିଅହେ ବତାଇତ ଦିଅ

ଜାଣିଛ ଠିକଣା ଯଦି,

ସୁରୁଜ କିରଣେ ସ୍ୱାଗତ ଜଣାଏ 

ଫଗୁଣର ପ୍ରୀତିଛନ୍ଦି |

ବରଷି ଦିଅହେ ଉତ୍ତରର ବର୍ଷା

ମନର ଜ୍ୱଳନ ଥମୁ,

ଆଶା ପାରିଜାତ ବାସ୍ନା ବିମୋହିତ

ଫଗୁଣକୁ ମିଳୁ ଛାମୁ |


Rate this content
Log in

Similar oriya poem from Classics