STORYMIRROR

Abismita Mishra

Classics

3  

Abismita Mishra

Classics

ଓଁ ସାଇରାମ

ଓଁ ସାଇରାମ

1 min
184

ଟିକି ବଗିଚାର ଟିକି ଫୁଲଟିଏ 

ଟିକି ମନ ଟିଏ ମୋର ,

ସେହି ମନରେ ପ୍ରଭୁ ତୁମେ 

ଏକା ବାସ କର ।


ଟିକି ବଗିଚାର ଟିକି ଫୁଲଟିଏ 

ଟିକି ଟିକି ଆଖି ମୋର,

ସେହି ଆଖିରେ ନିତି ଦେଖୁଥାଏ 

ମନମୁଗ୍ଧ ସୁନ୍ଦର ବେଶ ତୁମର।


ଟିକି ବଗିଚାର ଟିକି ଫୁଲଟିଏ 

ଟିକି ଟିକି ହାତ ମୋର ,

ସେହି ହାତରେ ନିତି ଦିନ ପ୍ରଭୁ 

ପୂଜା କରି ଥାଏ ତୁମର।


ଟିକି ବଗିଚାର ଟିକି ଫୁଲଟିଏ 

ଟିକି ଟିକି ପାଟି ମୋର 

ସେହି ପାଟିରେ ନିତି ଜପୁଅଛି

ସାଇ ସାଇ ନାମ ତୁମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics