Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abismita Mishra

Classics Inspirational

4  

Abismita Mishra

Classics Inspirational

ଯାଜପୁର

ଯାଜପୁର

2 mins
227



ମୁଁ ଓଡ଼ିଆ ଭାରି ବଢିଆ 

ମୁଁ ଗର୍ବିତ କାହଁକି ନା ମୁଁ ଯାଜପୁରିଆ

ଆଜି ବହୁତ ଖୁସି ମୋ ମନ 

କାହଁକି ନା ଆଜି ମୋ ଯାଜପୁର ର ଜନ୍ମଦିନ l


ସୋମବଂଶୀ ରାଜା ଯଯାତିକେଶରୀ ଗଢ଼ିଥିଲେ ଯାଜପୁର 

ଆଗରୁ ମୋ ଯାଜପୁର ନା ଥିଲା ଯଯାତିନଗର

ମୋ ରତ୍ନଗିରି ମୋ ଉଦୟଗିରି ମୋ ଲଳିତଗିରି 

ବୃଦ୍ଧଙ୍କ ମହିମା ରହିଛି ଭରି l


ମୋ ଯାଜପୁର ସଜ ମୋ ଯାଜପୁର ରଜ 

ଏହାକୁ କୁହନ୍ତି ହୀରକ ତ୍ରିଭୁଜ

ମୋ ଯାଜପୁର ଗଜା ଆମେ ଯାଜପୁର ର ପ୍ରଜା 

ମୋ ଯାଜପୁର ର ରକ୍ଷାକର୍ତ୍ତା ଆମ ମାଆ ବିରଜା

ଯାଜପୁର ମୋର ଭାରି ସୁନ୍ଦର l


ଏହା ପରିଚିତ ଗଦାକ୍ଷେତ୍ର ଓ ବିରଜା କ୍ଷେତ୍ର

ଚାରିଶହ ବର୍ଷ ତଳର ମୋ ଜଗନ୍ନାଥ ମନ୍ଦିର 

ଅତିପୁରୁଣା ମୋ ଯାଜପୁର ର ଗଡ଼ମଧୁପୁର

ଫୁଲ ବଗିଚାରେ ଭରା ସୁନ୍ଦର ସବୁଜିମା l


କେଡେ ସୁନ୍ଦର ସତେ ମନଲୋଭା କୁସୁମା

କେଡେ ସୁନ୍ଦର ସତେ ମହାବିନାୟକ ମନ୍ଦିର 

ସେଇଠି ବାସ କରନ୍ତି ମୋ ପ୍ରଭୁ ଶିବଶଙ୍କର

ଉପରେ ବାସକରନ୍ତି ମାଆ ବନଦୁର୍ଗା 

ଅତି ଆକର୍ଷଣ ଅଟଇ ସେହି ଜାଗା l


ପ୍ରବଳ ରୁହନ୍ତି ସେଇଠି ପାତି 

ଭକ୍ତି ରେ ଲୁଚିକି ଥାଏ ଅଜସ୍ର ଶକ୍ତି

ସୁକିନ୍ଦା ରେ ଅଛି ଅଶୋକ ଝର ଜଳ ପ୍ରପାତ 

ସବୁଆଡେ ତାର ଝରଣା ସ୍ରୋତ

ଜାରକା ପ୍ରସିଦ୍ଧ ଗୋଖନେସ୍ୱର l


ବାସ କରିଛନ୍ତି ମୋ ପ୍ରଭୁ ହର

ବରୀ ରେ ପ୍ରସିଦ୍ଧ ପୁଣି ସାଇ ମନ୍ଦିର 

ସାଇ ସାଇ ଜପିଲେ ମିଳେ ଉଦ୍ଧାର

ଚଣ୍ଡିଖୋଲ ପ୍ରସିଦ୍ଧ ମହାବିନାୟକ ସହ ଚଣ୍ଡୀ ମନ୍ଦିର 

ଭାରି ମିଠା ଭାରି ପ୍ରିୟ ଚଣ୍ଡିଖୋଲ ପେଡା ମୋହର l


ଜଗନ୍ନାଥ ମନ୍ଦିର କେଡେ ସୁନ୍ଦର 

ଜଗନ୍ନାଥ ନା ଜପିଲେ ଏ ଭବସାଗରୁ ହୋଇବ ପାର

ଦ୍ୱିତୀୟ ପୁରି ମୋ ଛତିଆବଟ

କେଡେ ଶାନ୍ତ ପରିବେଶ ମୋ ଉଦାସ ମଠ

କେଡେ ମନୋରମ କେଡେ ସୁନ୍ଦର l


ଦଶ ଦିନ ଧରି ଚାଲେ ବଜାର

ଅରକ୍ଷିତ ଦାସ ଙ୍କ ଏହି ମନ୍ଦିର

ଜଗନ୍ନାଥ ଙ୍କୁ ମାଗିଥିଲେ ଏକ ବର 

ତୋ କ୍ଷେତ୍ର ହେଉ ମୋହର କ୍ଷେତ୍ର l


ଓଳାଶୁଣି ଗୁମ୍ଫା ଯାତ୍ରା ଭାରି ପ୍ରସିଦ୍ଧ

ଦେଖିବା ପାଇଁ ଏହା କୁ ଓଡିଶା ର 

କୋଣ ଅନୁକୋଣ ରୁ ଆସନ୍ତି ଲୋକ

ଦେଖିବା କୁ ଏହି ସୁନ୍ଦର ଯାତ

ଯାତ ଦେଖିବା କୁ ମୋର ଭାରି ସୁହାଗ l


ପ୍ରଥମ ମନ୍ଦିର ଏହା ଅଟଇ ଯାହାର ପୋଡପିଠା

ସହ ଲାଗଇ ଶୁଖୁଆ ଭୋଗ

ଯାଜପୁର ମୋର ଭାରି ସୁନ୍ଦର

ଏହା ଏକ ଜିଲ୍ଲା ମୋ ଓଡ଼ିଶା ରାଜ୍ୟ ର

ଆଜି ର ଦିନ ରେ ମୋ ଓଡ଼ିଶା ପାଇଥିଲା 

ସ୍ୱତନ୍ତ୍ର ର ମାନ୍ୟତା

ମୋ ଯାଜପୁର ଜିଲ୍ଲା ହୋଇଥିଲା ପ୍ରତିଷ୍ଠା l

         


Rate this content
Log in

Similar oriya poem from Classics