ପଖାଳ ଭାତ
ପଖାଳ ଭାତ


ପଖାଳ ଭାତ
ପଖାଳ ଭାତ ରେ ଯୋଉ ମଜା ଅଛି
ନଥାଏ ପିଜା ବରଗରରେ
ମୁଠାଏ ପଖାଳ ସାଙ୍ଗ କୁ ତୋରାଣି ଟୋପା
ଶାନ୍ତି ଆଣି ଦିଏ ମନରେ
ମାଗି ଚାଓମିନ ସାଙ୍ଗକୁ
ପିଆଜି ବରା ପକୁଡି
କେବେ ସରି ନୁହଁ ସେ
ମୋ ପଖାଳ ଭାତ କୁ ଆଳୁ ପୋଡା ସହ
ଗରମ ଗରମ ବଡି
ଖରା ଗରମ ରେ ଲାଗେ ଯେବେ ଥକା
ଓହଃ
ପଖାଳ ଭାତ ସହ ଭାରି ଭଲ ଲାଗେ
ଶାଗ ଭଜା ସହ ପାଖେ ଥିବ
ଜଦି ନାଲି ସବୁଜ ସେ କଞ୍ଚା ଲଙ୍କା
ମଟନ ଚିକେନ ଭୋଜି ଟା ସିନା
ଲାଗଇ ପାଟି କୁ ଭଲ
ଦେହ ଖରାପ ରେ ଡହଳ ବିକଳ
ଦୁଇ ଦିନ ଧରି ଜଦି ଏହାକୁ ଖାଇଲ
ପେଟ ସାଙ୍ଗେ ମୁଣ୍ଡ ଥଣ୍ଡା ବି କରାଏ
ଶୁଖୁଆ ସହିତ ସଜ ବାସି ମିଶା ପଖାଳ ।