STORYMIRROR

Jyotsna Acharya

Abstract Classics Inspirational

3  

Jyotsna Acharya

Abstract Classics Inspirational

ଜୀବନ ଚଳଚ୍ଚିତ୍ର

ଜୀବନ ଚଳଚ୍ଚିତ୍ର

1 min
166

ଦେଖୁଛି ନୟନ 

ଚିତ୍ର ଭିନ୍ନ ଭିନ୍ନ ,

ଜୀବନ ଭୂମିର

ସ୍ଥୁଳ ରୂପ ପୂର୍ଣ୍ଣ।

ହସ, କାନ୍ଦ ରୂପ 

କରୂଣ ବୈଚିତ୍ର୍ୟ

ଜୀବନ କାହାଣୀ

ଅବା ଶ୍ରେଷ୍ଠ ଚଳଚ୍ଚିତ୍ର।

ଲେଖୁଛି ଲେଖକ

ତନମୟ ବିମୁଗ୍ଧ

ସଭିଙ୍କ ଜୀବନୀ

କ୍ଷୁଦ୍ର ସାରାଂଶ।

ଉଡଇ ଗଗନେ

ଛୋଟ ପକ୍ଷୀ ପଙ୍ଖ

ସର୍ଜନା ଯାହାର 

ସୃଷ୍ଟି ସଂଗୀତ।

ଚିଲିକାର ଦୃଶ୍ୟ 

କବିର କଳ୍ପିତ

ମନରେ ଆଣଇ 

ନବ ଆନନ୍ଦ।

କାନ୍ଦଇ ବିକଳେ

ମନ ବିରସ

କବିଟିଏ ଗଢେ 

ମନ ଜାହାଜ।

ଦେଖି ବୁଲେ ତା'

ଆଶା ମୁରାଦ

ସମୟ ମୋଡରେ

ନୂଆ ଜଗତ।

ଚିତ୍ର, ମନ ଆଙ୍କେ

ତୂଳୀ ଭବିଷ୍ୟତ

କଳ୍ପନା ଚକ୍ଷୁରେ

ହୁଏ ଉଦ୍ଭାସିତ।

ଅଙ୍କ ଅଙ୍କନରେ

ଜ୍ୟାମିତି ଗଣିତ

କସୁ ଥାଏ ନିତି

ଜୀବନ ବୃତ୍ତାନ୍ତ।

ମସ୍ତିଷ୍କ ବିଜ୍ଞାନ

ପରୀକ୍ଷା ପରୀକ୍ଷଣ

ପହଞ୍ଚାଏ ସତେ

ଶେଷ ସିଦ୍ଧାନ୍ତ।

ଜୀବନର ଅର୍ଥ 

ସରଳ ସୁନ୍ଦର

ହସଟିଏ କହେ ବିତୁ 

ସଙ୍ଗେ ବାକି ଦିବସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract